www.samajalive.in
Monday, December 8, 2025
14.1 C
Bhubaneswar

ଦର୍ଶନ ବ୍ୟବସ୍ଥାରେ ଆସୁନି ସୁଧାର : ବସିବ ସ୍ଵତନ୍ତ୍ର ପରିଚାଳନା କମିଟି ବୈଠକ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଖୁବଶୀଘ୍ର ବସିବ ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ। ଛତିଶା ନିଯୋଗ ସମେତ ବରିଷ୍ଠ ସେବକଙ୍କ ସହ ଆଲୋଚନା କରାଯିବ। ଭକ୍ତମାନେ ଯେପରି ଅବାଧରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ସେ କହିଲେ ପ୍ରତ୍ୟେକ ଦିନ ଠାକୁରଙ୍କ କିଛି ବିଶେଷ ନୀତି ଥିବାରୁ ସେହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହୁଛି। ତେଣୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବା ସହ ଲମ୍ବା ଧାଡ଼ି ଲାଗୁଛି। ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ସେବକଙ୍କ ସହ ଆଲୋଚନା କରାଯାଇ ଏହାର ପ୍ରତିକାର ବ୍ୟବସ୍ଥା କରାଯିବ। ସେହିପରି ଦୁଇଦିନ ଧରି ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନାହିଁ ନଥିବା ଦୁର୍ଦଶା ଭୋଗିବା ପରେ ରବିବାର ରାଜ୍ୟ ସରକାରଙ୍କ ଚେତା ପଶିଛି। ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଆଇନ ଶୃଙ୍ଖଳା) ପୁରୀରେ ଆସି ପହଞ୍ଚିଛନ୍ତି। ଗହଳି ନିୟନ୍ତ୍ରଣ ସମେତ ଭକ୍ତଙ୍କ ସୁରକ୍ଷା ପାଇଁ ଆଉ ୮ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଏସବୁ ସତ୍ତ୍ୱେ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ଚାରିଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ଏଥିପାଇଁ ଭିତରେ ଏବଂ ବାହାରେ ଲମ୍ବା ଧାଡ଼ି ଲାଗିଥିଲା। ତେବେ ମନ୍ଦିର ନାଟମଣ୍ଡପ ଭିତରକାଠ ଓ ଜଗମୋହନ ବାହାରକାଠ ପାଖରେ ଦର୍ଶନ ବ୍ୟବସ୍ଥାରେ କୌଣସି ଶୃଙ୍ଖଳା ଆସିପାରି ନାହିଁ। ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ସମେତ ଧସ୍ତାଧସ୍ତି ଅବ୍ୟାହତ ରହିଛି। ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାରେ ଶ୍ରଦ୍ଧାଳୁ ଦୁର୍ଦଶା ଭୋଗୁଛନ୍ତି। ଅଧିକାଂଶ ଭକ୍ତ ଶ୍ରୀଜୀଉଙ୍କ ଅବାଧ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଭକ୍ତଙ୍କୁ କୌଣସି ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଗଣମାଧ୍ୟମରେ ମତ ରଖିଛନ୍ତି। ସେ କହିଛନ୍ତି, ଛୁଟି ଯୋଗୁ ଶ୍ରୀମନ୍ଦିରରେ ଅଧିକ ଲୋକଙ୍କ ଭିଡ ହୋଇଛି। ତେବେ କୌଣସି ପ୍ରକାର ଅସୁବିଧା ହୋଇ ନଥିବା ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories