କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ନୂଆ ମନ୍ତ୍ର ‘ସେମାନଙ୍କୁ ଜୀବନ୍ତ ଧର’

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସଂଘର୍ଷ ଜାରି ରଖିଥିବା ସୁରକ୍ଷା କର୍ମୀ ଏବେ ଏକ ନୂଆ ଋଣନୀତି ମନ୍ତ୍ର ‘ସେମାନଙ୍କୁ ଜୀବନ୍ତ ଧର’ ଆପଣାଇଛନ୍ତି। ଏହି ମନ୍ତ୍ର ଅନୁସାରେ ସୁରକ୍ଷା କର୍ମୀ ଏବେ ଆତଙ୍କବାଦୀଙ୍କୁ ଜୀବନ୍ତ ଧରିବେ ଓ ସେମାନଙ୍କୁ ଘରକୁ ଓ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ବୁଝାଇବେ। ସେମାନଙ୍କୁ ଧରି କାହିଁକି ସେ ଆତଙ୍କବାଦୀ ପଥ ଆପଣାଇଲେ ତାହା ଜାଣିବାକୁ ଚେଷ୍ଟା କରାଯିବ ବୋଲି ସୁରକ୍ଷା କର୍ମୀମାନେ ସୂଚନା ଦେଇଛନ୍ତି। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ସଂଗଠନରେ ୧୫ରୁ ୧୬ ବର୍ଷ ବସୟର କିଶୋର ଯୋଗଦେଉଛନ୍ତି। ସେମାନଙ୍କ ଚିନ୍ତାଧାରାକୁ ପ୍ରଭାବିତ କରି ଲୋକଙ୍କୁ ଗୁଳି ମାରି ହତ୍ୟା କରିବାକୁ ପ୍ରବର୍ତ୍ତାଯିବା ଗ୍ରହଣଯୋଗ୍ୟ ନୁହେଁ। ତେଣୁ ଏହା ପଛରେ ଆଉ କିଛି କାହାଣୀ ରହିଛି ଓ ଏହା ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଉଲ୍ଲେଖଯୋଗ୍ୟ ଯେ ସଦ୍ଦାମ ପୋଦାର, ଇସା ଫଜଲ, ସମୀର ଟାଇଗରଙ୍କ ଭଳି କୁଖ୍ୟାତ ଆତଙ୍କବାଦୀଙ୍କୁ ବାଟରୁ ହଟାଇବା ପରେ ସୁରକ୍ଷା ବାହିନୀ ନିଜ ଋଣନୀତିରେ ପରିବର୍ତ୍ତନ କରିଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ ଇ ମୋହମ୍ମଦ, ଲସ୍କର-ଇ-ତୋଇବା, ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନରେ କାଶ୍ମୀର ଯୁବକଙ୍କୁ ସାମିଲ କରିବାରେ ଏହି ଆତଙ୍କବାଦୀମାନେ କାର୍ଯ୍ୟ କରୁଥିଲେ। ସେମାନଙ୍କ ନିପାତ ପରେ ଋଣନୀତିରେ ପରିବର୍ତ୍ତନର ଆବଶ୍ୟକତା ଥିଲା ଓ ଏକ୍ରମରେ ନୂଆ ମନ୍ତ୍ର ‘ସେମାନଙ୍କୁ ଜୀବନ୍ତ ଧର’ ଆପଣାଯାଇଛି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ନୂଆ ଋଣନୀତି ଅନୁସାରେ ଆତଙ୍କବାଦୀଙ୍କୁ ଜୀବନ୍ତ ଧରିବାକୁ ଚେଷ୍ଟା କରାଯିବ। କେତେକ ଯୁବକ ଆତଙ୍କବାଦ ପନ୍ଥା ଛାଡ଼ି ଘରକୁ ଫେରିବାକୁ ଚାହୁଁଥିବା ଗୁଇନ୍ଦା ଏବଂ ଗୁପ୍ତଚର ପ୍ରଣାଳିରୁ ସୂଚନା ମିଳିଛି। କେତେକ ଅଭିଭାବକ ମଧ୍ୟ ସେନା ସହ ଯୋଗାଯୋଗ କରିଛନ୍ତି। ସେମାନଙ୍କୁ ପୁଣିଥରେ ଏକ ସ୍ୱଭାବିକ ଜୀବନ ଆରମ୍ଭ କରିବା ଏବଂ ପାଠ ପଢାକୁ ଫେରିବା ପାଇଁ ସାହଜ୍ୟ କରିବୁ ବୋଲି ସେ କହିଛନ୍ତି।

Leave A Reply