କର୍ଣ୍ଣାଟକ : କଂଗ୍ରେସର ଶକ୍ତି ମନ୍ତ୍ରୀ ସବୁଠୁ ଧନୀ ପ୍ରାର୍ଥୀ, ୫ ବର୍ଷରେ ସମ୍ପତ୍ତି ବଢିଛି ୫୮୯ କୋଟି

0

ନାଗପୁର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶାସକ କଂଗ୍ରେସର ଶକ୍ତି ମନ୍ତ୍ରୀ ଡିକେ ଶିବକୁମାର ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ଚର୍ଚ୍ଚାକୁ ଆସିଛନ୍ତି । କଂଗ୍ରେସ ଶାସନ କାଳରେ ମାତ୍ର ୫ ବର୍ଷରେ ତାଙ୍କ ସମ୍ପତ୍ତିରେ ୫୮୯ କୋଟି ବୃଦ୍ଧି ଘଟିଛି । ଅର୍ଥାତ ୨୦୧୩ ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠ ତୁଳନାରେ ଚଳିତ ଥର ସତ୍ୟପାଠରେ ସମ୍ପତ୍ତି ମୂଲ୍ୟ ୫୮୯ କୋଟି ଟଙ୍କା ଅଧିକ ଦର୍ଶାଯାଇଛି । ଛାତ୍ର ରାଜନୀତିରୁ ସେ ଚର୍ଚ୍ଚାକୁ ଆସିଥିଲେ । ମାତ୍ର ୨୩ ବର୍ଷ ବୟସରେ କଂଗ୍ରେସ ଟିକେ୍‌ଟରୁ ସେ ସତାନୁର ବିଧାନସଭା ଆସନରୁ ଜନତା ଦଳର ବରିଷ୍ଠ ନେତା ଏଚ୍‌ଡି ଦେବଗୌଡ଼ାଙ୍କ ବିପକ୍ଷରେ ଲଢିଥିଲେ । ନିର୍ବାଚନରେ ପରାଜୟବରଣ ସତ୍ତ୍ୱେ ସେତେବେଳର ନିଜ ସମ୍ପତ୍ତି ତାଲିକା ଯୋଗୁଁ ସେ ଚର୍ଚ୍ଚାରେ ରହିଥିଲେ । ତେବେ ଚଳିତ ନିର୍ବାଚନ ପାଇଁ ନିର୍ବାଚ ଆୟୋଗଙ୍କ ନିକଟରେ ସେ ସମ୍ପତ୍ତି ତାଲିକାକୁ ନେଇ ୯୪ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି । ୨୦୧୩ ବିଧାନସଭା ନିର୍ବାଚନରେ ଦାଖଲ ସମ୍ପତ୍ତିଠାରୁ ଚଳିତ ଥର ସମ୍ପତ୍ତିରେ ୫୮୯ କୋଟି ଟଙ୍କାର ବୃଦ୍ଧି ଘଟିଥିବା ଏଥିରେ ଦର୍ଶାଯାଇଛି । ସତ୍ୟପାଠ ଅନୁସାରେ ତାଙ୍କ ପାଖରେ ୫୪୮,୮୫,୨୦,୫୯୨ ଟଙ୍କାର ସ୍ଥାବର ଓ ୭୦,୯୪,୮୪,୯୭୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । କର୍ଣ୍ଣାଟକ ରାଜନୀତିରେ ୧୯୯୦ ଦଶକରୁ ଶିବ କୁମାର ପ୍ରଭାବ ବିସ୍ତାର କରି ରଖିଛନ୍ତି ।

Leave A Reply