ତକିଆ-ଚାଦର ନେଇ ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ

କର୍ଣ୍ଣାଟକ : ନାଟକୀୟ ମୋଡ ନେଇଛି କର୍ଣ୍ଣାଟକ ରାଜନୀତି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଆସ୍ଥା ଭୋଟ ହେବାକୁଥିବା ବେଳେ ବାଚସ୍ପତି ଶୁକ୍ରବାରକୁ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱାସନୀୟତା ପ୍ରସ୍ତାବ ଗୃହରେ ଆଗତ ହୋଇଥିଲେ ମଧ୍ୟ ବାଚସ୍ପତି ଶୁକ୍ରବାର ଦିନ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିବା ବିଜେପିକୁ ଚକିତ କରିଛି।

prayash

ତେଣୁ ବିଜେପି ବାଚସ୍ପତିଙ୍କ ନିଷ୍ପତ୍ତିକୁ ସହଜରେ ହଜମ କରିପାରିନାହିଁ। ବିଜେପି ବିଧାୟକ ଦଳ ନେତା ବିଏସ ୟେଦୁରଅପ୍ପାଙ୍କ ନେତୃତ୍ୱରେ ଦଳର ସମସ୍ତ ବିଧାୟକ ବିଧାନସଭା ପରିସରରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେବା ସହ ତକିଆ ଏବଂ ଚାଦର ଧରି ବିଧାନସଭାରେ ପହଞ୍ଚିଛନ୍ତି।

kalyan agarbati

Comments are closed.