www.samajalive.in
Saturday, December 6, 2025
19.1 C
Bhubaneswar

ମାଡ ମାରିଲେ ବିଧାୟକ! ଭିଡିଓ ଭାଇରାଲ୍‌

କଟକ : ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନେମାଳ ଗସ୍ତ ସମୟରେ ବିଜେପିର ଜଣେ କର୍ମୀ ମନ୍ତ୍ରୀଙ୍କ ସହ ଫଟୋ ଉଠାଇବାକୁ ଉଦ୍ୟମ କରୁଥିବାବେଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ତାଙ୍କୁ ଠେଲାପେଲା ଓ ମାଡ଼ ମାରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଏପରିକି କଟକ ସଦର ବିଧାୟକଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପିଏସଓଙ୍କୁ ମଧ୍ୟ ସେ ଠେଲାପେଲା କରିଥିବା ଦେଖିବାକୁ ମିଳିଛି। ଜଣେ ଲୋକ ପ୍ରତିନିଧି ହୋଇ ତାଙ୍କର ଏଭଳି ଆଚରଣକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ନେମାଳ ଅଚ୍ୟୁତାନନ୍ଦ ପୀଠରେ ରବିବାର ପୁଷ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯୋଗଦେଇଥିଲେ। ନେମାଳ ନଦୀ ବନ୍ଧ ନିକଟ ଅଚ୍ୟୁତାନନ୍ଦ ତୋରଣ ନିକଟରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ହରିଚନ୍ଦନ କଟକ ସଦର ବିଧାୟକ ପ୍ରକାଶ ସେଠୀ ଓ ମାହାଙ୍ଗା ବିଧାୟକ ଶ୍ରୀ ପ୍ରଧାନ ବିଜେପି କର୍ମୀଙ୍କ ସହିତ ପୀଠ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଚାଲି ଚାଲି ଶୋଭାଯାତ୍ରାରେ ଯାଉଥିଲେ। ପ୍ରବଳ ଗହଳି ମଧ୍ୟରେ ପୂର୍ତ୍ତମନ୍ତ୍ରୀଙ୍କ ସହିତ ସେଲ୍ଫି ଉଠାଇବାକୁ ଜଣେ ବିଜେପି କର୍ମୀ ଉଦ୍ୟମ କରିଥିଲେ। ଏହି ସମୟରେ ମାହାଙ୍ଗା ସ୍ବାଧୀନ ବିଧାୟକ ଶ୍ରୀ ପ୍ରଧାନ ସମ୍ପୃକ୍ତ କର୍ମୀଙ୍କୁ ଧକ୍କା ମାରିଥିଲେ। ପୁନର୍ବାର ସମ୍ପୃକ୍ତ କର୍ମୀ ମନ୍ତ୍ରୀଙ୍କ ନିକଟତର ହେବାକୁ ଉଦ୍ୟମ କରିବାରୁ ବିଧାୟକ ସାରଦା ତାଙ୍କୁ ମୁଥ ମାରିଥିଲେ। ବିଧାୟକଙ୍କୁ ମଧ୍ୟ ଉପସ୍ଥିତ କର୍ମୀ ଧକ୍କା ମାରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ପ୍ରଘଟ ହୋଇଛି।
ନିକଟରେ କଟକ ଟାଙ୍ଗୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋଭାଯାତ୍ରା ସମୟରେ ତାଙ୍କୁ ସ୍ବାଗତ କରିବା ନେଇ ମାହାଙ୍ଗା ବିଧାୟକ ଶ୍ରୀ ପ୍ରଧାନ ବିଜେପି କର୍ମୀଙ୍କୁ ପେଲାଠେଲା କରିଥିଲେ। ଉପସ୍ଥିତ ଯୁବ ମୋର୍ଚ୍ଚା କର୍ମୀଙ୍କ ସହିତ ସାରଦାଙ୍କର ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ଚର୍ଚ୍ଚା ଥମି ନ ଥିଲାବେଳେ ନେମାଳରେ ସାରଦାଙ୍କ ଏଭଳି ଆଚରଣକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ କହିଛନ୍ତି, ‘ଗହଳି ଥିବାରୁ ମୁଁ ଆଗରେ ରହିଯାଇଥିଲି। ପିଏସଓଙ୍କୁ ମାଡ ମରାଯାଇଥିବା ମୁଁ ଶୁଣିବାକୁ ପାଇଛି। ହେଲେ ପ୍ରକୃତରେ କ’ଣ ଘଟିଥିଲା ତାହା ଜାଣିନାହିଁ’ ବୋଲି ଇଂ. ସେଠୀ ପ୍ରତିକ୍ରିୟା ଦେଇଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ମାହାଙ୍ଗା ବିଧାୟକଙ୍କ ମତାମତ ଲୋଡାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories