www.samajalive.in
Monday, December 15, 2025
27.1 C
Bhubaneswar

ପୁଣି ଆଶଙ୍କାରେ କର୍ଣ୍ଣାଟକ ମେଣ୍ଟ ସରକାର: ବିଧାନସଭାକୁ ଆସିଲେନି ୯ କଂଗ୍ରେସ ବିଧାୟକ

ବେଙ୍ଗାଲୁର,୬ା୨(ପିଟିଆଇ): କର୍ଣ୍ଣାଟକର କଂଗ୍ରେସ-ଜେଡିୟୁ ମେଣ୍ଟ ସରକାର ପ୍ରତି ପୁଣି ବିପଦ ଦେଖାଯାଇଛି। ବୁଧବାର ଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଗୃହରେ ୯ କଂଗ୍ରେସ ବିଧାୟକ ଅନୁପସ୍ଥିତ ରହିଛନ୍ତି। ଏପରିକି ଅଧିବେଶନ ସମୟରେ ଗୃହରେ ଉପସ୍ଥିତ ରହିବା ଲାଗି କଂଗ୍ରେସର ସମସ୍ତ ବିଧାୟକଙ୍କୁ ହୁଇପ ଜାରି କରାଯାଇଥିବାବେଳେ ସେମାନେ ଅନୁପସ୍ଥିତ ରହିଛନ୍ତି। ଯାହା ମେଣ୍ଟର ସ୍ଥିତିକୁ ନେଇ ପୁଣି ଆଶଙ୍କା ଦେଖାଯାଇଛି। ଅନୁପସ୍ଥିତ ରହିଥିବା ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ରମେଶ ଜାରକିହୋଲି, ଉମେଶ ଜି ଯାଦବ, ବି ନଗେନ୍ଦ୍ର, ମହେଶ କୁମାଥାଲି। ଏହି ୪ ବିଧାୟକ ଜାନୁଆରୀ ୧୮ରେ ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ମଧ୍ୟ ଅନୁପସ୍ଥିତ ରହିଥିଲେ। ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି କରି କ୍ଷମତା ଦଖଲ ଲାଗି ବିଜେପି ଉଦ୍ୟମ ଚଳାଇଥିବାରୁ କଂଗ୍ରେସ ଏହାର ବିଧାୟକଙ୍କୁ ବଜେଟ ଅଧିବେଶନ ଫେବୃଆରୀ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ହେବା ଲାଗି ହୁଇପ୍ ଜାରି କରିଥିଲା।
ବୁଧବାର ଅଧିବେଶନ ଆରମ୍ଭରେ ରାଜ୍ୟପାଳ ବାଜୁଭାଇ ବାଲା ବିଧାନ ପରିଷଦର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେଇଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ବିଜେପି ସଦସ୍ୟମାନେ ମେଣ୍ଟ ସରକାରର ବୈଧତା ଉପରେ ପ୍ରଶ୍ନ ଉଠାଇବା ପୂର୍ବକ ହୋହଲ୍ଲା କରିଥି​‌େ​‌ଲ। ଫଳରେ ରାଜ୍ୟପାଳ ତାଙ୍କ ଅଭିଭାଷଣକୁ କାଣ୍ଟଛାଣ୍ଟ କରିଥିଲେ। ବିଜେପି କହିଥିଲା ଯେ ମେଣ୍ଟ ସରକାରର ସଂଖ୍ୟାଗରିଷ୍ଠତା ନାହିଁ। ଅନ୍ୟପଟେ ବିଜେପିର ୪ ସଦସ୍ୟ ମଧ୍ୟ ଆଜି ଗୃହରେ ଅନୁପସ୍ଥିତ ଥିଲେ। ବିଜେପିର ଏହି ଦାବି ପରେ ମନ୍ତ୍ରୀ କେ ଜେ ଜର୍ଜ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ଲାଗି ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ କଂଗ୍ରେସ ଓ ଜେଡିଏସ୍‌ର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି। ଗୃହ ବାହାରେ ବିଜେପି ରାଜ୍ୟ ସଭାପତି ବିଏସ୍ ୟେଦ୍ୟୁରାପ୍ପା କହିଥିଲେ ଯେ ସରକାର ଚଳାଇବା ଲାଗି ମେଣ୍ଟର କୌଣସି ନୈତିକ ଅଧିକାର ନାହିଁ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories