www.samajalive.in
Sunday, December 14, 2025
19.1 C
Bhubaneswar

ବିପଦରେ ଗୋଆରେ ବିଜେପି ନେତୃତ୍ବ ମେଣ୍ଟ ସରକାର

ପାଣାଜୀ : ମନୋହର ପରିକରଙ୍କ ନେତୃତ୍ବ ଗୋଆର ମେଣ୍ଟ ସରକାର ପ୍ରତି ବିପଦ ଦେଖାଯାଇଛି। ବିଜେପି ନେତୃତ୍ବ ମେଣ୍ଟ ସରକାରର ସହଯୋଗୀ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) କହିଛି ଯେ ରାଜ୍ୟରେ ସ୍ଥିର ସରକାର ଗଠନ ଲାଗି ଦଳ ଅନ୍ୟ ମେଣ୍ଟ ଯୋଜନା ଚଳାଇଛି। ଜିଏଫପି ଅଧ୍ୟକ୍ଷ ତଥା ରାଜ୍ୟ କୃଷି ମନ୍ତ୍ରୀ ବିଜୟ ସରଦେଶାଇ କହିଛନ୍ତି ଯେ ଦଳମତ ନିର୍ବିଶେଷରେ ରାଜ୍ୟରେ ସ୍ଥିର ସରକାର ଗଠନ ତାଙ୍କର ଉଦ୍ଦେଶ୍ୟ। ରାଜ୍ୟରେ କେଉଁ ଦଳ ସରକାର ଚଳାଉଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଗୁରୁତ୍ବପୂର୍ଣ୍ଣ ହେଉଛି ସ୍ଥିର ସରକାର। ତେଣୁ ସ୍ଥିର ସରକାର ପାଇଁ ଆମେ ଦ୍ବିତୀୟ ଯୋଜନା ଚଳାଇଛୁ।
ଦୁଇଦିନ ପୂର୍ବରୁ ବିଜେପିର ଅନ୍ୟତମ ସହଯୋଗୀ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) ଘୋଷଣା କରିଛି ଯେ ଆଗାମୀ ବିଧାନସଭା ଉପନିର୍ବାଚନରେ ଦଳ ବିଜେପି ବିରୋଧରେ ଲଢିବ। ରାଜ୍ୟର ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ଗୋଆ ବିଜେପିର ବରିଷ୍ଠ ନେତା ତଥା ଉପବାଚସ୍ପତି ମାଇକେଲ ଲୋବୋ କହିଛନ୍ତି ଯେ ପରିକର ମୁଖ୍ୟମନ୍ତ୍ରୀ ପଦରୁ ହଟିରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେବ। ଅଗ୍ନାଶୟ କର୍କଟ ରୋଗରେ ପୀଡିତ ପରିକର ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ଓ ବିଜେପିର ୧୪ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ସେହିପରି ଏମଜିପି ଓ ଜିଏଫପିର ୩ଜଣ ​‌େ​‌ଲଖାଏଁ ସଦସ୍ୟ ଅଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories