www.samajalive.in
Sunday, December 14, 2025
14.1 C
Bhubaneswar

୨୭-୨୮ରେ ଟ୍ରମ୍ପ-କିମ୍‌ ଆଲୋଚନା

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ଦ୍ବିତୀୟ ସାକ୍ଷାତ ଆଲୋଚନା ଚଳିତ ମାସ ୨୭-୨୮ରେ ଭିଏତନାମରେ ହେବ। ଏ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ତାରିଖ ଧାର୍ଯ୍ୟ ହୋଇ ନ ଥିଲା। ବୁଧବାର ହ୍ବାଇଟ ହାଉସ୍‌ ପକ୍ଷରୁ ଏ ସମ୍ପର୍କିତ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆମେରିକା ପକ୍ଷରୁ ପ୍ରମୁଖ ଯୋଗସୂତ୍ରକାରୀ ଷ୍ଟିଫେନ ବିଗନ୍‌ ବୁଧବାର ଉତ୍ତର କୋରିଆ ପ୍ରତିପକ୍ଷଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଭିଏତନାମର ଉପକୂଳ ନଗରୀ ଡା ନାଙ୍ଗ୍‌ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ହେବ ବୋଲି ହ୍ବାଇଟ ହାଉସ୍‌ ସୂତ୍ରରୁ ସୂଚନା ମିଳିଛି। ଦୁଇ ନେତାଙ୍କ ମଧ୍ୟରେ ଐତିହାସିକ ସାକ୍ଷାତ ଆଲୋଚନା ଗତ ବର୍ଷ ଜୁନ୍‌ରେ ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ଦ୍ବିତୀୟ ସମ୍ମିଳନୀ ଅବସରରେ ଟ୍ରମ୍ପ କହିଛନ୍ତି ଯେ ‘କିମ୍‌ ଯଦିଓ ପ୍ରତିଶ୍ରୁତି ମୁତାବକ ଅନେକ କିଛି କରି ନାହାନ୍ତି; ତଥାପି ସେ ଭଲ ଲୋକ। ତାଙ୍କ ଯୋଗୁଁ କୋରିଆ ଉପଦ୍ବୀପରେ ଉତ୍ତେଜନା ହ୍ରାସ ପାଇଛି। ମୁଁ ଯଦି ରାଷ୍ଟ୍ରପତି ହୋଇ ନ ଥାନ୍ତି; ତେବେ ଆମେରିକା-ଉତ୍ତର କୋରିଆ ଯୁଦ୍ଧ ହୋଇସାରନ୍ତାଣି।’ ଅପରପକ୍ଷରେ ଭିଏତନାମରେ ଟ୍ରମ୍ପ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌-ପିଙ୍ଗ୍‌ଙ୍କ ସହିତ ସାକ୍ଷାତ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏ ସମ୍ପର୍କରେ ବିସ୍ତୃତ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇ ନାହିଁ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories