BJD Bijuli 480×75 Mob

କର୍ଣ୍ଣାଟକ: ନିଲମ୍ବନ ହେବେ ୪ ନିଖୋଜ ବିଧାୟକ

BJD Bijuli 480×75 Mob
0

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସର ୪ ବିଧାୟକ ଦଳୀୟ ବୈଠକ ଓ ବିଧାନସଭାରେ କ୍ରମାଗତ ଅନୁପସ୍ଥିତ ରହିବା ନେଇ ରାଜନୈତିକ ଝଡ଼ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୁକ୍ରବାର ସମ୍ପୃକ୍ତ ବିଧାୟକଙ୍କୁ ନିଲମ୍ବନ କରିବା ପାଇଁ ଦାବି କରିଛନ୍ତି। ଜାନୁଆରୀ ମାସରୁ ନିଖୋଜ ଥିବା ରମେଶ ଜାରକିହୋଲି, ମହେଶ କୁମତାଲି, ନଗେନ୍ଦ୍ର, ଉମେଶ ଯାଦବ ଓ ଗଣେଶ ଜେ.ଏନ୍‌ଙ୍କୁ ତିନି ଥର ନୋଟିସ ସହିତ ବିଧାନସଭାର ବଜେଟ ଅଧିବେଶନରେ ଉପସ୍ଥିତ ରହିବାକୁ ହ୍ବିପ୍‌ ଜାରି କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ବେଖାତିର କରିଥିବାରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସିଦ୍ଧରମେୟା ମତ ଦେଇଛନ୍ତି।
ଏଥିସହିତ ସେ କହିଛନ୍ତି ଯେ ଏହି ବିଧାୟକମାନେ ତାଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ଏବଂ ଏଥିରେ ପେବୃଆରୀ ୧୫ ପୂର୍ବରୁ ଫେରିପାରିବେ ନାହିଁ ବୋଲି ଜଣାଇଛନ୍ତି। ଏହା ସତ୍ତ୍ବେ ସେମାନଙ୍କୁ ଦଳ ସହିତ ରହିବା ପାଇଁ ଯଥେଷ୍ଟ ସୁଯୋଗ ଦିଆଯାଇଛି ଏବଂ ସେମାନେ ଏହାକୁ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଦ୍ଧରମେୟା କହିଛନ୍ତି। ଦଳୀୟ ବୈଠକରେ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସିଦ୍ଧରମେୟା ସମ୍ପୃକ୍ତ ବିଧାୟକମାନଙ୍କୁ ବିଧାନସଭା ଅଧିବେଶନରେ ଅନୁପସ୍ଥିତ ରହିବା ନେଇ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଶୁକ୍ରବାର ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ନିଖୋଜ ବିଧାୟକ ଉମେଶ ଯାଦବଙ୍କୁ ବିତାଡ଼ିତ କରିଛନ୍ତି। ତାଙ୍କ ସ୍ଥାନରେ କଂଗ୍ରେସର ପ୍ରତାପ ଗୌଡ଼ା ପାଟିଲଙ୍କୁ ନିଯୁକ୍ତି ଦିଆଯାଇଛି।

Leave A Reply