www.samajalive.in
Tuesday, December 9, 2025
26.1 C
Bhubaneswar

ଉପନିର୍ବାଚନ ଲଢିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ରାମନଗର ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପତ୍ନୀ ଅନୀତା କୁମାରସ୍ୱାମୀ ପ୍ରାର୍ଥୀ ହେବେ। ରବିବାର ଏହି ଉପନିର୍ବାଚନ ଲାଗି ଅନୀତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅନୀତା ଜେଡିଏସ୍‍ ଟିକଟରେ ନିର୍ବାଚନ ଲଢିବେ। ସେହିପରି ଶିମୋଗା ସଂସଦୀୟ ଆସନ ଉପନିର୍ବାଚନ ଲାଗି ଜେଡିଏସ୍‍ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‍ ବାଙ୍ଗରାପ୍ପାଙ୍କ ପୁଅ ମଧୁ ବାଙ୍ଗରାପ୍ପାଙ୍କୁ ପ୍ରାର୍ଥୀ କରିଛି। ତେବେ ମାଣ୍ଡ୍ୟା ଲୋକସଭା ଆସନ ଉପନିର୍ବାଚନ ପାଇଁ ଜେଡିଏସ୍‍ ଏହାର ପ୍ରାର୍ଥୀ ଘୋଷଣା କରିନାହିଁ। ପରବର୍ତ୍ତୀ ସମୟରେ ଏହି ପ୍ରାର୍ଥୀ ଘୋଷଣା ହେବ। ସେହିପରି ସହଯୋଗୀ କଂଗ୍ରେସ ଜାମଖଣ୍ଡି ବିଧାନସଭା ଆସନ ଉପନିର୍ବାଚନ ଲାଗି ଆନନ୍ଦ ନ୍ୟାମଗୌଡାଙ୍କୁ ପ୍ରାର୍ଥୀ କରିଛି। ଆନନ୍ଦ ହେଉଛନ୍ତି ସିଧୁ ନ୍ୟାମଗୌଡାଙ୍କ ପୁଅ ଯିଏ ମେ ୨୮ରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କଂଗ୍ରେସ ବେଲାରି ଲୋକସଭା ଆସନ ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ। ନଭେମ୍ବର ୩ରେ କର୍ଣ୍ଣାଟକର ୨ଟି ବିଧାନସଭା ଓ ୩ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ। ନଭେମ୍ବର ୬ରେ ଏହାର ଭୋଟ ଗଣତି ହେବ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories