କର୍ଣ୍ଣାଟକରେ ପ୍ରତି କୃଷକଙ୍କୁ ୨ଲକ୍ଷ ପର୍ଯ୍ୟନ୍ତ ଋଣଛାଡ଼
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଗୁରୁବାର ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କର୍ଣ୍ଣାଟକର ପ୍ରତି କୃଷକଙ୍କୁ ୨ଲ୪ ପର୍ଯ୍ୟନ୍ତ ଋଣ ଛାଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ସମ୍ପର୍କରେ ଉଭୟ କଂଗ୍ରେସ ଓ ଜେଡିଏସ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ରାଜ୍ୟର ପ୍ରମୁଖ ତିନିଟି ସ୍ଥାନରେ ସୁପର ସ୍ପେସାଲିଟି ଡାକ୍ତରଖାନା ପ୍ରତିଷ୍ଠା, ପ୍ରାଇମେରି ସ୍କୁଲ ମାନଙ୍କରେ କନ୍ନଡ଼ ମାଧ୍ୟମ ବ୍ୟତୀତ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲାଯିବ। କର୍ଣ୍ଣାଟକର ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଏଭଳି ପ୍ରୟାସ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦୦ସ୍କୁଲରେ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।