BJD Bijuli 480×75 Mob

ବରକୁ ମଙ୍ଗଳସୁତ୍ର ପିନ୍ଧାଇଲେ କନ୍ୟା

BJD Bijuli 480×75 Mob
0

ନୂଆଦିଲ୍ଲୀ : ସମୟର ପରିବର୍ତ୍ତନ ସହ ସମାଜରେ ଥିବା ରୀତିନୀତିରେ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ସମାଜରେ ଲିଙ୍ଗଗତ ଭେଦଭାବ ନକରିବା ପାଇଁ ଜଣେ ଦମ୍ପତ୍ତି ଏହାର ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନା ଅନୁସାରେ କର୍ଣ୍ଣାଟକ ବିଜୟପୁରା ଜିଲାରେ ଏହି ଘଟଣା ଘଟିଛି। ଏକ ବିବାହରେ କନ୍ୟା ବରକୁ ମଙ୍ଗଳସୁତ୍ର ପିନ୍ଧାଇଥିବା ଦେଖିବାକୁ ମିଳିଛି। ଉଭୟ କନ୍ୟା ଓ ବର ଅଲଗା ଅଲଗା ଜାତିର ହୋଇଥିବା ଜଣାପଡିଛି। ଏହି ବିବାହରେ କନ୍ୟାଦାନ ଓ ଶୁଭମୁହୁର୍ତ୍ତ ଭଳି ବହୁ ପରମ୍ପରା ଭାଙ୍ଗିଥିବା ଦେଖିବାକୁ ମିଳିନାହିଁ। ଉକ୍ତ ଦମ୍ପତ୍ତି ଲିଙ୍ଗଗତ ସମାନତାର ଉଦାହରଣ ସୃଷ୍ଟି କରିବା ପାଇଁ ଏହି ବିବାହ କରିଛନ୍ତି। ଏହି ବିବାହ ଲିଙ୍ଗଗତ ସ୍ଥଳ ଯେଉଁଠି ୧୨ ଶତାବ୍ଦୀରେ ବ୍ୟାସବନ୍ନା ପୁରୁଷ ଓ ମହିଳାଙ୍କ ସମାନତା ପାଇଁ ପ୍ରଚାର କରୁଥିଲେ। ଉଭୟଙ୍କ ପରିବାର ବ୍ୟାସବନ୍ନାଙ୍କ ଅନୁଗାମୀ ରହିଛନ୍ତି।

Leave A Reply