www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ କରୀନା

ମୁମ୍ବଇ : ନିଜର ୧୯ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କରୀନା କପୁର ଖାନ୍। କିଛିଦିନ ହେବ ଚଳଚ୍ଚିତ୍ରରେ ଏତେଟା ନଜର ଆସୁନଥିବା କରୀନାଙ୍କୁ ଖୁବଶୀଘ୍ର ଇରଫାନ ଖାନଙ୍କ ସହ ‘ହିନ୍ଦୀ ମିଡିୟମ୍-୨’ରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।

image courtesy-News Track English

ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। କରୀନାଙ୍କୁ ଚଳଚ୍ଚିତ୍ରର ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିବା ଜଣାପଡ଼ିଛି। ଏଥିସହିତ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ଅଭିନୟ କରିବା ପାଇଁ ସେ ଖୁବ୍ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି। କରୀନା ନଭେମ୍ବର ସୁଦ୍ଧା ଏହାର ଶୁଟିଂ ଶେଷ କରିବାକୁ ଚାହୁଁଛନ୍ତି, କାରଣ ଏହାପରେ ତାଙ୍କୁ କରଣ ଜୋହରଙ୍କ ‘ତଖ୍ତ’ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିବାର ଅଛି।

- Advertisement -

ଉଲ୍ଲେଖଯୋଗ୍ୟ, କରୀନା ଏବେ ‘ଗୁଡ଼ ନ୍ୟୁଜ୍’ ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ କରୀନାଙ୍କ ବ୍ୟତୀତ ଅକ୍ଷୟ କୁମାର, କିୟାରା ଆଡ଼ଭାନୀ ଓ ଦିଲଜୀତ ଦୋସାଂଝଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories