କେନାଲ ତଳକୁ ଖସିଲା ବାଇକ, ୩ ମୃତ

କରଞ୍ଜିଆ: ଗୋଟିଏ ବାଇକରେ ୪ଜଣ ଯାଉଥିବାବେଳେ ଦୁର୍ଘଟଣା। କେନାଲକୁ ଖସି ପଡ଼ି ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ହାତୀବାରି ନିକଟ ଦେଓ କେନାଲକୁ ଖସି ବାଇକଟି ଖସି ପଡ଼ିଥିଲା। ଏଥିରେ ଘଟଣଶସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆରୋହୀ ଗୁରୁତର ହୋଇଥିଲେ। ଗୁରୁତର ଆହତଙ୍କୁ ଉଦ୍ଧାର ପରେ କରଞ୍ଜିଆ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀ ଠାରେ ଆଜି ଏହି ଦୁର୍ଘଟଣା ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନି।

ମିଳିଥିବା ସୂଚନା ଅନୁଯାୟୀ ୪ ଜଣ ଏକ ବାଇକ ଯୋଗେ ହାତୀବାରି ଗ୍ରାମରୁ ଯାତ୍ରା ଦେଖି ଫେରୁଥିଲେ। ବାଇକ୍ ଭାରସାମ୍ୟ ହରାଇ ହାତୀବାରି ହୁଡ଼ିସାହି ନିକଟରେ ଥିବା ଦେଓ କେନାଲ ତଳକୁ ଖସି ପଡ଼ିଥିଲା। କେନାଲରେ ପାଣି ଥିବାରୁ ବୁଡି ଯାଇ ଚାରି ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି।

ସେମାନେ କେନାଲରେ ମୃତାହତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେଇଥିଲା। ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

Comments are closed.