କପିଳେଶ୍ବର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାମାଖ୍ୟାନଗର: କାମାଖ୍ୟାନଗର ବ୍ଲକ ଅନ୍ତର୍ଗତ ବଡସୁଆଁଳୋ ପଞ୍ଚାୟତର ହଟୁଆରୀ ନିକଟବର୍ତ୍ତୀ ରାମିଆଳ ନଦୀ ଗର୍ଭରେ ଅବସ୍ଥିତ କପିଳେଶ୍ୱର ଶିବ ମନ୍ଦିରରେ କାର୍ତ୍ତିକ ମାସ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା l ହଟୁଆରୀ ଗ୍ରାମ ସନ୍ନିକଟ ରାମିଆଳ ନଦୀ ଗର୍ଭରେ ଏ ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠ ଭାବେ ପରିଗଣିତ କପିଳେଶ୍ବର ଶିବ ମନ୍ଦିରରେ ଆଜି ପୂର୍ବାହ୍ନରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନର ସୁବିଧା ପାଇଁ ନଦୀ ରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ୮ ତାରିଖ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ପୂର୍ବ ଦିନ ଅର୍ଥାତ ସୋମବାର ଭୋର ସମୟରୁ ଏଠାରେ ଆଖ ପାଖ ୫ ଗୋଟି ପଞ୍ଚାୟତ ର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା l ଏଥିପାଇଁ ମନ୍ଦିର ର ପୂଜକମାନେ ପ୍ରସ୍ତୁତ ରହି ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଭୋର ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା।

kalyan agarbati

Comments are closed.