ଆପ୍ ପକ୍ଷରୁ ବିଭିନ୍ନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କାଣ୍ଟାବାଞ୍ଜି: ବିଭିନ୍ନ ଦାବି ନେଇ କାଣ୍ଟାବାଞ୍ଜି ଆମ ଆଦମୀ ପାର୍ଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର କାଣ୍ଟାବାଞ୍ଜି ଆପ୍ ନେତା ସୁରଥ ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ଆପ୍ କର୍ମୀ ଏକ ଶୋଭଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇଥିଲେ। ଏଥିସହ ଏକ ଦାବିପତ୍ର ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାର ରତନ ଲାଲ ମୁଣ୍ଡାଙ୍କୁ ପ୍ରଦାନ କରିଥିଲେ। ଏହି ଧାରଣା ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ସୁରଥ ବେହେରା, ବରିଷ୍ଠ ଆପ ନେତା ହାଡୁ ଛତ୍ରିଆ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସଭାପତି ବିଷ୍ଣୁ ପୁଞ୍ଜି, ନଗର ସଭାପତି ବିନୋଦ ପୁଟେଲ, ତୁରେକେଲା ବ୍ଲକ ସଭାପତି ଡ଼ୋଲାମଣୀ ମହତ୍, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରମାକାନ୍ତ ବେହେରାଙ୍କ ସହ ବହୁ କର୍ମକର୍ତ୍ତା ଏହି ଧାରଣାରେ ଉପସ୍ଥିତ ଥିଲେ।
ଆପ୍ର ପ୍ରମୁଖ ଦାବିଗୁଡିକ ହେଉଛି,-
୧. କଣ୍ଟାବାଞ୍ଜିର ବିଭିନ୍ନ ୱାର୍ଡରେ ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି ପ୍ରତ୍ୟେକ ଭୂମିହୀନ ପରିବାରକୁ ଜାଗା ସାଙ୍ଗେ ଘର ଦିଆଯାଉ।
୨. କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଗ୍ରାମମାନଙ୍କରେ ଅନେକ ଲୋକ ବର୍ଷ ବର୍ଷ ଧରି ପଟ୍ଟାଦାର ମାଲିକାନା ଜମିରେ ରହିଛନ୍ତି ସେମାନଙ୍କୁ ରଏତି ମାଲିକାନା ଦିଆଯାଉ।
୩. କଣ୍ଟାବାଞ୍ଜିର ସମସ୍ତ ୱାର୍ଡରେ ପାଇପ୍ ଦ୍ଵାରା ପାନୀୟ ଜଳର ବ୍ୟବସ୍ଥା କରାଯାଉ।
୪. ସମସ୍ତ ବିଧବା, ବୃଦ୍ଧ, ଭିନ୍ନକ୍ଷମ, ଅସହାୟ ହିତାଧିକାରୀଙ୍କୁ ମାସକୁ ୩୦୦୦ ହଜାର ଟଙ୍କା ଭତ୍ତା ଦିଆଯାଉ।
୫. ସମସ୍ତ ସରକାରୀ ସ୍କୁଲରେ ଶୌଚାଳୟ, ଖେଳ ପଡିଆର ବ୍ୟବସ୍ଥା କରାଯାଉ।
୬.ସମସ୍ତ ସରକାରୀ ବିଦ୍ୟାଳୟକୁ ସଫା ସୁତୁରା ରଖିବା ସହ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଉ।
୭. କଣ୍ଟାବାଞ୍ଜିର ପ୍ରତ୍ୟେକ ୱାର୍ଡର ନାଳି, ରାସ୍ତା ସଫା କରାଯାଉ।
୮. ପମ୍ପୁ ତାଲାବର ଶୀଘ୍ର ପୁନରୁଦ୍ଧାର କରାଯାଉ।
୯. କଣ୍ଟାବାଞ୍ଜିର ସାର୍ବଜନିନ ଓ ଜନଗହଳି ସ୍ଥାନରେ ଶୌଚାଳୟର ସୁବିଧା କରାଯାଉ।
୧୦.ରାଶନ କାର୍ଡରୁ ବାଦ ପଡି ଥିବା ହିତାଧିକାରୀଙ୍କୁ ସଂଯୋଗ କରାଯାଉ।
୧୧. ସମସ୍ତ ପରିବାରକୁ ୨୦୦ ୟୁନିଟ୍ ବିଜୁଳି ମାଗଣାରେ ଦିଆଯାଉ।
Comments are closed.