କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଆଜି ପେଟ୍ରୋଲିଙ୍ଗ କରୁଥିବା ବେଳେ ମହନିଲ ଗାଁ ନିକଟରୁ ଅଟୋରିକ୍ସାରେ ୫ଜଣ ଶ୍ରମିକକୁ ତୁରେକେଲା ରୋଡ଼ ରେଳ ଷ୍ଟେସନ ନେଉଥିଲା। ପୁଲିସ ଯାଞ୍ଚ ସମୟରେ ଅଟୋରିକ୍ସାର କାଗଜ ପତ୍ର ନଥିବାରୁ ସର୍ଦାର ତୁରେକେଲାର ମଧୁ ବଗର୍ତ୍ତିକୁ ଗିରଫ କରିଥିଲା।ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା କେଶ ନଂ ୨୦୯/୨୩ରେ ରୁଜୁ କରିଛି। ଉଦ୍ଧାର ହୋଇଥିବା ୩ଜଣ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳକ ତୁରେକେଲା ଅଞ୍ଚଳ ହୋଇଥିବାରୁ ସେମାନଙ୍କୁ ନିଜ ନିଜ ଘରେ ଛାଡି ଦେଇଥିବା ଥାନା ଭାରପ୍ରାପ୍ତ ଅଧିକାରି ସୂଚନା ଦେଇଛନ୍ତି।
Comments are closed.