ମମିତା ମେହେର ହତ୍ୟା ମାମଲା; ମମିତାଙ୍କ ମା’ ଓ ସମ୍ପର୍କୀୟଙ୍କ ବୟାନ ରେକର୍ଡ

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଘଟଣାରେ ଗତକାଲି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମମିତାଙ୍କ ମା’ ତୁଳସୀ ମେହେର, ସମ୍ପର୍କୀୟ ପୁତୁରା ହାଜର ହୋଇ ସାକ୍ଷ୍ୟ ପ୍ରଦାନ ସହ ବୟାନ ରେକର୍ଡ କରିଥିଲେ । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦୀର୍ଘ ସମୟ ଧରି ଏହି ସମ୍ବେଦନ ଶିଳ ଘଟଣାର ସାକ୍ଷୀ ମାନଙ୍କୁ ଦୀର୍ଘ ସମୟ ଧରି ଜେରା କରି ବୟାନ ରେକର୍ଡ କରାଉଥିବାରୁ, ଦିନକୁ ମାତ୍ର ଜଣେ ସାକ୍ଷୀଙ୍କ ବୟାନ ରେକର୍ଡ ସମ୍ଭବପର ହେଉଥିବା ସରକାରଙ୍କ ତରଫରୁ ନିଯୁକ୍ତ ସ୍ୱତନ୍ତ୍ର ଓକିଲ ଅମରେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି । କୋର୍ଟରେ ପ୍ରବେଶ ପୂର୍ବରୁ ମା’ ତୁଳସୀ ମେହେର ଝିଅ ମମିତାଙ୍କୁ ମନେପକାଇ କାନ୍ଦିପକାଇଥିଲେ । ଗଣମାଧ୍ୟମ ଆଗରେ ଦୋଷୀ ଗୋବିନ୍ଦ ସାହୁଙ୍କୁ କୋର୍ଟ କଡା ସଜା ଦେଲେ ମମିତାର ଆତ୍ମା ଶାନ୍ତି ପାଇବ ବୋଲି କହିଥିଲେ । ମୁଖ୍ୟ ଅବିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡୀଙ୍କୁ ପୁଲିସ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଇଥିଲା । ସେହି ସମୟରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର କୋର୍ଟରେ ଉପସ୍ଥିତ ଥିଲେ ।

 

kalyan agarbati

Comments are closed.