ନାବାଳିକା ପ୍ରେମିକାକୁ ହତ୍ୟା କରି ପୋତିଦେଲା ପ୍ରେମିକ

ପାଟପାଣି ଜଙ୍ଗଲରୁ ମୃତଦେହ ଜବତ, ହତ୍ୟାରେ ଅନ୍ୟ କିଛି ସାଥୀ ସଂପୃକ୍ତି ଥିବା ସନ୍ଦେହ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା ତୁରେକେଲା ଥାନା ହଲନଭଟା ପଞ୍ଚାୟତର ଖର୍ଲିକାନି ଗାଁର ଜଣେ ନାବାଳିକା ଗତ ୨୫ ତାରିଖ ରାତିରୁ ଘରୁ ଚାଲି ଯାଇଥିଲେ । ପରଦିନ ଘର ପରିବାର ଲୋକେ ତୁରେକେଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୁଲିସ ମାମଲା ତଦନ୍ତ କରିବା ବେଳେ ନିଖୋଜ ମାମଲା ପ୍ରେମ ଆଡକୁ ଢଳିଥିଲା । ପ୍ରେମ ପ୍ରସଙ୍ଗ ଖୋଳତାଡ କରୁ କରୁ ନାବାଳିକାକୁ ହତ୍ୟା କରି ଜଙ୍ଗଲରେ ପୋତି ଦିଆଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ଶନିବାର ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ପୁଲିସ ଦଳ ଘଟଣାସ୍ଥଳରୁ ନାବାଳିକାର ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାରେ ପ୍ରେମିକକୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି । ଏହି ଘଟଣାରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି କି ନାହିଁ ତାହା ନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ ।

ଗତ ୨୫ ତାରିଖ ଦିନ ଖର୍ଲି ଗାଁର ୧୫ ବର୍ଷିୟା ନାବାଳିକା ପହ୍ଲା ବିଲକୁ ଯାଇଥିଲେ । ଦିନ ୩ଟା ବେଳେ ଘରକୁ ଫେରି ଖାଇବା ସହ ଦାଦା-ଭାଉଜଙ୍କ ସହ କଥା ହୋଇଥିଲେ । ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଫେରିଥିଲେ । ରାତି ୯ଟାରେ ପରିବାର ଲୋକେ ଖାଇ ପିଇ ଶୋଇଥିଲେ । ରାତି ପ୍ରାୟ ଗୋଟାଏରୁ ୨ଟା ମଧ୍ୟରେ ନାବାଳିକା ଜଣଙ୍କ ଘରୁ ବାହାରକୁ ବାହାରିଥିଲେ । ତା’ପରେ ନାବାଳିକାର ସନ୍ଧାନ ଆଉ ପାଇ ନଥିଲେ ପରିବାର ଲୋକେ । ମା’ ହାରାବତୀ ଭଇଁଷାଲ ତୁରେକେଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୁଲିସ ୨୭ ଜୁଲାଇରେ ୧୧୫ ନମ୍ବର ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନାବାଳିକାର ପ୍ରେମ ସଂପର୍କ କଥା ଆଲୋଚନା ପରିସରଭୁକ୍ତ ହୋଇଥିଲା ।

prayash

ଆଉ ସେହି ଦିଗରେ ପୁଲିସ ଖୋଳତାଡ କରିବାରେ ଲାଗି ଯାଇଥିଲା । ଖର୍ଲି ଗାଁର ପ୍ରସନ୍ନ ଶବରଙ୍କ ପୁଅ ୧୬ ବର୍ଷୀୟ ନାବାଳକ ପୁଅ ପ୍ରତାପ ଶବରଙ୍କ ସହ ନାବାଳିକାଙ୍କ ପ୍ରେମ ସଂପର୍କ ରହିଥିବା ପ୍ରତାପର କିଛି ବନ୍ଧୁଙ୍କୁ ଆଣି ଥାନାରେ ପଚାର ଉଚୁରା କରିବା ବେଳେ ଜଣାପଡିଥିଲା । ଆଉ ପୁଲିସ ପ୍ରତାପକୁ ଥାନାକୁ ଆଣି ଖୋଳତାଡ କରିବାରୁ ନାବାଳିକା ପ୍ରେମିକାକୁ ହତ୍ୟା କରି ପୋତି ଦେଇଥିବା ସେ କହିଥିଲା । ଶନିବାର ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ସାଇଣ୍ଟିଫିକ୍ ଦଳ ଓ ତୁରେକେଲା ଥାନା ଅଧିକାରୀ ପ୍ରଣୟ ମୁର୍ମୁ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାନ୍ଦନକେଲ, ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ମାଜିଷ୍ଟ୍ରେଟ୍ ଭାବେ କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ ଘଟଣାସ୍ଥଳକୁ ଯାଇଥିଲେ ।

ପାଟପାଣି ଜଙ୍ଗଲ ଉପରେ ୩ କିଲୋମିଟର ଦୂର ସଏଲମୁଣ୍ଡା ପୋଖରୀ ନିକଟରେ ନାବାଳିକାକୁ ପୋତା ଯାଇଥିବା ନାବାଳକ ପ୍ରେମିକ ଦେଖାଇଥିଲା । ମାଟି ତଳୁ ଶବ ଉଦ୍ଧାର କରାଯାଇଥିଲା । ସାଇଣ୍ଟିଫିକ୍ ଦଳ ଅନୁସନ୍ଧାନ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଯାଇଛି । ଏହି ହତ୍ୟା ଓ ଶବକୁ ପୋତିବାରେ କେବଳ ନାବାଳକ ପ୍ରେମିକ ସାମିଲ ଥିଲେ ନା ଅନ୍ୟମାନେ ବି ସଂପୃକ୍ତ ଥିଲେ ତାର ଅନୁସନ୍ଧାନ ଜାରି ରହିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ପ୍ରତିକ୍ରିୟାରେ କହିଛନ୍ତି । ଏହି ହତ୍ୟା ଘଟଣା ତୁରେକେଲା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

kalyan agarbati

Comments are closed.