ଦୁଇ ଅନାଥ ଶିଶୁ କନ୍ୟାଙ୍କୁ ଆର୍ଥିକ ସହାୟତା ପ୍ରଦାନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନଏସି ଉପକଣ୍ଠ ୱାର୍ଡ଼ ନଂ ୧୪ର ଆଶ୍ରମପଡ଼ାରେ ଗତ ୮ଦିନତଳେ ଗନ୍ଧର୍ବ ଥପ୍ପାଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ଏହାର କିଛି ଘଣ୍ଟା ପରେ ରେଳବାଇରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ଯ୍ୟ କରୁଥିବା ବଡପୁଅ ପିତାର ଶୋକରେ ଚିର ଦିନପାଇଁ ଆଖିବୁଜି ଦେଇଥିଲେ। ତାଙ୍କର ମୃତ୍ୟୁ ପରେ ଦୁଇ ଶିଶୁ କନ୍ୟା ଅନାଥ ହୋଇଯାଇଥିଲେ। ଆଜି ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଅଜିତ ଯୋଶୀ ଏହି ଦୁଇଜଣ ଅନାଥ ଶିଶୁ କନ୍ୟାଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ। ଏହି ଅବସରରେ ସେ ରାସନ ସାମଗ୍ରୀ ଓ ନଗଦ ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ନୂତନ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଥିବା ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳଙ୍କୁ ନିୟମ ଅନୁସାରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ନିର୍ବାହୀ ଅଧିକାରୀ ମଧ୍ୟ ପୀଡିତ ପରିବାରଙ୍କୁ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

kalyan agarbati

Comments are closed.