କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଵିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିରଞ୍ଜନ ଧଳ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପରିଷଦ କାର୍ଯ୍ୟାଳୟ ଠାରେ ବିଜେଡ଼ି ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ବିଜେଡ଼ି ବିଜୟୀ କାଉନସିଲର, କାର୍ଯ୍ୟକର୍ତ୍ତା, ଯୁବ ଓ ମହିଳା କର୍ମୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ପରିଷଦର ସଭାଗୃହରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଜେଡ଼ି ନଗର ସଭାପତି ଦେବାର ବାରିକ, ଉପସ୍ଥିତ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ପରିଚୟ ପ୍ରଦାନ ପରେ, ବରିଷ୍ଠ ନେତା ଦାସ ତାଙ୍କ ବକ୍ତବ୍ୟରେ କଣ୍ଟାବାଞ୍ଜି ୧୬ଟି ୱାର୍ଡ଼ର ବିଭିହ୍ନ ସମସ୍ୟା ଓ ତାର ସମାଧାନ କିପରି କରାଯିବ, ସହରର ସର୍ବାଙ୍ଗୀନ ଉର୍ନତି ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦଳ ତରଫରୁ ଗଠନ ମୂଳକ ସହଯୋଗ ଦିଆଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ନୂତନ ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଇଥିବା ଶ୍ରୀ ଧଳ ନିଜର କାମ କରିବାର କାର୍ଯ୍ୟଶୈଳୀ ଓ ଚିନ୍ତାଧାରା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ସୌଜନ୍ୟମୂଳକ ସାକ୍ଷାତକାର କାର୍ଯ୍ୟକ୍ରମରେ ଦଳ ତରଫରୁ ୱାର୍ଡ଼ ନଂ ୫ର କାଉନସିଲର ଯଜ୍ଞସାନୀ ନାଗ, ୱାର୍ଡ଼ ନଂ ୧୧ର ଯୁବ କାଉନସିଲର ସୂର୍ଯ୍ୟ ପ୍ରକାଶ ମିଶ୍ର, ଜିଲ୍ଲା ସମ୍ପାଦକ ବିନୟ ବିଭାର, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମୁନ୍ନା ମହାନ୍ତି, ଶାନ୍ତନୁ ବିଭାର, ପ୍ରମୋଦ କର, ଦେବରାଜ ଯାଦବ, ବିଷ୍ଣୁ ବେହେରା, ହରିବନ୍ଧୁ ସିପକା, ଡୋଳାମାଣି ବେହେରା, ଧନଞ୍ଜୟ ମଜଖଣ୍ଡ, ନଗରମହିଳା ସଭାନେତ୍ରୀ ସସ୍ମିତା ଦଣ୍ଡ ସେନା, ନିଶା ମହାନନ୍ଦ, ମୋନିକା ଗୁପ୍ତା, ଅଷ୍ଟମୀ ବଗର୍ତ୍ତୀ, କୁନା ବାଗ, ଗୋଲଡି ମଜଖଣ୍ଡ, ବିଶ୍ୱନାଥ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।



