ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ, ୨୫୦ରୁ ଅଧିକ ରୋଗୀ ଉପକୃତ 

କଣ୍ଟାବାଞ୍ଜି :କଣ୍ଟାବାଞ୍ଜି ହେମାଲ ଭବନରେ ରାୟପୁର ଏମଏମଆଇ ନାରାୟଣ ଡାକ୍ତରଖାନା ପକ୍ଷରୁ କୋଶେଳସ୍ଵରୀ ଯୁବ ମାଳୀ ସମାଜ ସହଯୋଗରେ ଏକ ଦ୍ଵିବସୀୟ ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିର ଆରମ୍ଭ ପୂର୍ବରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା , ସମ୍ମାନିତ ଅତିଥି ଭାବେ ମାଳି ସମାଜ ଜିଲ୍ଲା ସଭାପତିକାର୍ତିକ ପୁଟେଲ, ମାଳି ସମାଜ ଆଞ୍ଚଳିକ ସଭାପତିଶେଷଦେବ ପୁଟେଲ, ଯୁବ ସଭାପତି କଣ୍ଟାବାଞ୍ଜି ଶାଖାରାଜୁ ପୁଟେଲ, ରାଜ୍ୟ ସଭାପତି ନୀତିନ ପୁଟେଲ, ସମ୍ପାଦକ ଘନଶ୍ୟାମ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ।
ଶିବିରରେ ଡାକ୍ତରଖାନାରେ ମୁତ୍ର ରୋଗ ବିଶେଷଜ୍ଞ ଡାକ୍ତର ବରୁଣ ଶର୍ମା ,ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପଙ୍କଜ ପଟେଲ, ଡାକ୍ତର ସ୍ଵପ୍ନିକ କଟାରିଆ , ଡାକ୍ତର ପ୍ରଦୀପ ଅଗ୍ରୱାଲ ୨୬୫ ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ଔଷଧ ମଧ୍ୟ ଦେଇଥିଲେ । ଅନେକ ରୋଗୀଙ୍କୁ ନିଶୁଳ୍କ ରକ୍ତଚାପ , ମଧୁମେହ ଏବଂ ଇସିଜି ଟେଷ୍ଟ ମଧ୍ୟ କରଯାଇଥିଲା ।
ଡାକ୍ତର ଟିମ ରେ ତାଙ୍କ ସହଯୋଗୀ ଭାବେ ଯତୀନ ପଟେଲ ଏବଂ ଦିନେଶ ସାହୁ ଥିବା ବେଳେ କୋଶେଳସ୍ଵରୀ ଯୁବ ମାଳୀ ସମାଜ ସଭାପତି ତଥା ରାଜୁ ପୁଟେଲ, ସମ୍ପାଦକ ଘନଶ୍ୟାମ ପୁଟେଲ, ଉପସଭାପତି ଅଶୋକ ପୁଟେଲ , ରାଜ୍ୟ ସଭାପତି ନିତିନ ପୁଟେଲ, ସମ୍ପାଦକ ପ୍ରମାନନ୍ଦ ପୁଟେଲ , ଗୌରବ ପୁଟେଲ , ଗଙ୍ଗା ପୁଟେଲ, ଡୁଙ୍ଗର ପୁଟେଲ , ସଞ୍ଜୟ ପୁଟେଲ , ବିଜୟ ପୁଟେଲ , ଶୁକୃ ପୁଟେଲ ସହ ସମାଜର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।-

Comments are closed.