କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଗାଁରେ ଅଘଟଣ ଘଟିଛି। ଶ୍ଵଶୁର ଘର ଗାଁରୁ ଜ୍ବାଇଁଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସାଲେପଡ଼ା ଗାଁର ଲମ୍ବୋଦର ବାଗ ବୋଲି ଜଣାପଡିଛି। ସୂଚନା ମୂତାବକ ସାଲେପଡା ଗାଁର ଲମ୍ବୋଦର ବାଗ ଗତ ୪ ଦିନ ହେବ ନିଜ ଶ୍ଵଶୁର ଘର ଗାଁକୁ ଯାଇଥିଲେ।
ବୁଧବାର ଶ୍ଵଶୁର ଘରୁ ବାହାରିଥିଲେ। ହେଲେ ଗୁରୁବାର ସକାଳୁ ଗାଁରେ ଥିବା ଆମ୍ବ ବଗିଚାରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏ ନେଇ ତୁରନ୍ତ ପୁଲିସ୍ କୁ ଖବର ଦିଆଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡିନଥିବାବେଳେ କଣ୍ଟାବାଞ୍ଜି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।



