www.samajalive.in
Saturday, December 6, 2025
26.1 C
Bhubaneswar

ବୀମା ପାଇଁ ଦୁଇ ପତ୍ନୀଙ୍କୁ ହତ୍ୟା : ଶୁଭମିତ୍ରାଙ୍କ ବାପା

ଭୁବନେଶ୍ଵର : ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  ବୀମା ଟଙ୍କା ପାଇଁ ଦୀପକ ଦୁଇ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ମୃତ ଶୁଭମିତ୍ରାଙ୍କ ବାପା। କେବଳ ଦୀପକ ନୁହେଁ ହତ୍ୟା ପଛରେ ତାଙ୍କ ବିଲ୍ଡର ଭାଇ ମାଷ୍ଟର ମାଇଣ୍ତ ଥିବା ମଧ୍ୟ ସେ କହିଛନ୍ତି। କେବଳ ଭାଇ ନୁହେଁ ତାର ମଉସା, ମାଉସୀ , ମାଉସୀ ପୁଅ, ଭଣଜା ଡାକ୍ତର ମଧ୍ୟ ସମ୍ପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି। ସଠିକ୍ ଭାବେ ଘଟଣାର ତଦନ୍ତ କରାଗଲେ , ଅପର୍ଣ୍ଣାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଘଟିପାରିବ ବୋଲି ତାଙ୍କ ବାପା କହିଛନ୍ତି।

ପ୍ରଥମ ସ୍ତ୍ରୀ କୁ ମାରି ଦୀପକ ଦୁର୍ଘଟଣାର ରୂପ ଦେଇ ଦେଢ କୋଟି ଟଙ୍କା ବୀମା ଟଙ୍କା ପାଇଛି । ମୋ ଝିଅକୁ ଏକତରଫା ବାହା ହୋଇ କୋଟିଏ ୨୫ ଲକ୍ଷର ବୀମା କରିଥିଲା। ଏହି କେଳେଙ୍କାରୀ ପଛରେ ବୀମା କମ୍ପାନୀ ଲୋକଙ୍କର ହାତ ଥାଇପାରେ ବୋଲି ଶୁଭମିତ୍ରାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏବଂ ଦୀପକଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଗତ ୬ ତାରିଖରେ ଶୁଭମିତ୍ରା ନିଖୋଜ ନେଇ ମୁଁ ଏତଲା କରିଥିଲି। ଯଦି ପୁଲିସ୍‌ ତତକ୍ଷଣାତ୍‌ ଖୋଜିଥାନ୍ତା , ତେବେ ମୋ ଝିଅ ବଞ୍ଚି ଯାଇଥାନ୍ତା ବୋଲି ସେ କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories