ଡେରାଡୁନ୍ : ଉତ୍ତରାଖଣ୍ଡର ଚମୋଲୀରେ ବୁଧବାର ବିଳମ୍ବିତ ରାତିରେ ୨ଟି ସ୍ଥାନରେ ବାଦଲ ଫଟା ବର୍ଷା କାରଣରୁ ପ୍ରକୃତିର ତାଣ୍ଡବ ପୁଣି ଦେଖିବାକୁ ମିଳିଛି । ଏଭଳି ବାଦଲ ଫଟା ବର୍ଷା ଗୋଟିଏ ସପ୍ତାହରେ ୨ଥର ଘଟିଛି । ଚଳିତ ଥର ଚମୋଲୀର ନନ୍ଦନଗରରେ ବାଦଲ ଫଟା ପ୍ରବଳ ବର୍ଷାରେ ଅତ୍ୟଧିକ କ୍ଷୟକ୍ଷତି ଘଟିଛି । ଲୋକଙ୍କ ଘରେ ପାଣି ଭର୍ତ୍ତି ହେବା ସହ ମାଟି ଅତଡା ମଧ୍ୟ ରହିଛି । ଏଯାଏଁ ୨୫ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦୦ ଲୋକେ ଆହତ, ୨୦୦ ପ୍ରଭାବିତ ସହ ପ୍ରାୟ ୧୪ ଜଣ ନିଖୋଜ ମଧ୍ୟ ରହିଛନ୍ତି ।
ଘଟଣା ବିଷୟରେ ଖବର ପାଇ ପୁଲିସ, ଉଦ୍ଧାରକାରୀ ଦଳ, ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ନନ୍ଦନଗରର କୁନ୍ତରୀ ଓ ଲଙ୍ଗଫଲୀରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଛି । ଏହି ଘଟଣା ପରେ ବଦ୍ରିନାଥ ରାଜପଥକୁ ବନ୍ଦ କରାଯାଇଛି ।
#WATCH | Uttarakhand CM Pushkar Singh Dhami conducts an on-site inspection of relief and rescue operations in the disaster-affected areas of Raipur and Mussoorie assembly constituencies. pic.twitter.com/fisDroLw5j
— ANI UP/Uttarakhand (@ANINewsUP) September 18, 2025
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଚାମୋଲି ଜିଲ୍ଲାର ନନ୍ଦନଗର ଘାଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ସେ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ସହ କଥା ହୋଇ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଆହତଙ୍କ ଚିକିତ୍ସା ଏବଂ ରିଲିଫ୍ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗକୁ ତୁରନ୍ତ ପ୍ରଭାବିତ ଅଞ୍ଚଳ ଯାଞ୍ଚ କରିବାକୁ କୁହାଯାଇଛି।



