www.samajalive.in
Wednesday, December 10, 2025
23.1 C
Bhubaneswar

‘ପଙ୍ଗା’ ପାଇଁ କଙ୍ଗନାଙ୍କ ପ୍ରସ୍ତୁତି ; କରୁଛନ୍ତି କବାଡି ଅଭ୍ୟାସ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ କବାଡି ଖେଳ ଅଭ୍ୟାସ କରୁଛନ୍ତି। ନିକଟରେ ତାଙ୍କୁ ମୁମ୍ବଇର ବାନ୍ଦ୍ରାଠାରେ ଦେଖିବାକୁ ମିଳିଥିଲା। ପ୍ରବଳ ଖରା ଓ ଗରମ ସତ୍ତ୍ବେ ଚଳଚ୍ଚିତ୍ର ପାଇଁ ସେ ଖୁବ୍‍ ପରିଶ୍ରମ କରୁଥିବା ନଜର ଆସିିଥିଲେ। ଏହି ସମୟରେ ତାଙ୍କୁ ଟ୍ରାକ୍‍ ଶୁଟରେ ଦେଖିବାକୁ ମିଳିଥିଲା।
‘ପଙ୍ଗା’ ବିଷୟରେ କହିବାକୁ ଗଲେ, ଅଶ୍ୱିନୀ ଆୟର ତିୱାରୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ସେ ଚଳଚ୍ଚିତ୍ର ଶୁଟିଂ ସମୟରେ କଙ୍ଗନାଙ୍କ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ଜସୀ ଗିଲ୍‍ ଓ ନୀନା ଗୁପ୍ତା ପ୍ରମୁଖ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହା ଆସନ୍ତା ବର୍ଷ ୨୪ ଜାନୁଆରୀରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories