www.samajalive.in
Wednesday, December 10, 2025
23.1 C
Bhubaneswar

ଚମକପ୍ରଦ ତ୍ବଚା ପାଇଁ ଅଁଳା ଜୁସ୍

ତ୍ବଚା ଏବଂ କେଶ ପାଇଁ କାହିଁ କେଉଁ କାଳରୁ ଅଁଳାର ବ୍ୟବହାର କରାଯାଉଛି । ଅଁଳାରେ ପୋଷକ ତତ୍ତ୍ବ ଭରପୁର ମାତ୍ରରେ ରହିଥାଏ । ତ୍ବଚା ଓ କେଶ ଉଭୟ ପାଇଁ ଏହା ଲାଭଦାୟକ ହୋଇଥାଏ । ନିୟମିତ ଅଁଳା ଜୁସ୍ ସେବନ କରିବା ଦ୍ବାରା ତ୍ବଚାର ଚମକ ବୃଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ ଅଁଳା ଜୁସ ପିଇବାକୁ ଭଲ ଲାଗୁନି ବା କଷା ଲାଗୁଛି ତେବେ ଏଥିରେ ଆପଣ ଏକ ଚାମଚ ମହୁ ମିଶାଇ ପିଇ ପାରିବେ ।  ମହୁ ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ଜୁସ୍ ପ୍ରସ୍ତୁତ କରିବାର ଉପାୟ ।

- Advertisement -

ସାମଗ୍ରୀ : ୫ରୁ ୭ଟି ଅଁଳା, ଅବଶ୍ୟକୀୟ ଅନୁଯାୟୀ ପାଣି, ଏକ ଛୋଟ ଚାମଚ ମହୁ

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଅଁଳାକୁ ଭଲ ଭାବରେ ଧୋଇ କାଟି ଦିଅନ୍ତୁ । ପାଣି ସହ ଅଁଳାକୁ ଭଲ ଭାବରେ ପେଷି ଦିଅନ୍ତୁ । ଧ୍ୟାନ ରଖନ୍ତୁ ଏହି ମିଶ୍ରଣ ବେଶି ମୋଟା ନହୁଏ, ଜୁସ ଭଳି ପତଳା ହେବା ଆବଶ୍ୟକ । ପ୍ରସ୍ତୁତ ହୋଇଗଲା ଅଁଳା ଜୁସ୍ । ଏବେ ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories