www.samajalive.in
Sunday, December 7, 2025
26.1 C
Bhubaneswar

କଙ୍ଗନା-ଉଦ୍ଧବ ଲଢ଼େଇ ତୀବ୍ର : ନିଶା ସେବନର ତଦନ୍ତ କରିବ ପୁଲିସ

ଲକ୍ଷ୍ନୌ/ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଅଯୋଧ୍ୟାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଶୁକ୍ରବାର ବିଶ୍ବ ହିନ୍ଦୁ ପରିଷଦ(ଭିଏଚ୍‌ପି) ପକ୍ଷରୁ ଧମକ ଦିଆଯାଇଛି। ଅଯୋଧ୍ୟାର ଅନ୍ୟ ସନ୍ଥମଣ୍ଡଳୀ ମଧ୍ୟ ସମାନ ଚେତାବନୀ ଶୁଣାଇଛନ୍ତି। ଉଦ୍ଧବ ମୁଖ୍ୟମନ୍ତ୍ରୀ ​‌େ​‌ହବା ପରେ ଗତ ମାର୍ଚ୍ଚରେ ଅଯୋଧ୍ୟା ଆସିଥିଲେ। ରାମ ମନ୍ଦିରର ଶିଳାନ୍ୟାସ ସମୟରେ ସେ ପୂର୍ବ ଘୋଷଣା ଅନୁଯାୟୀ ଏକ କୋଟି ଟଙ୍କା ଦାନ କରିଥିଲେ। ସେ ଅଯୋଧ୍ୟାର ସନ୍ଥମଣ୍ଡଳୀ ଓ ଶିବସେନାର ପ୍ରିୟ ଥିଲେ; କିନ୍ତୁ ସମ୍ପ୍ରତି ମୁମ୍ବଇରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବା ଘଟଣାରେ ସେମାନେ ଉଦ୍ଧବଙ୍କ ଉପରେ ଖପ୍ପା ହୋଇଛନ୍ତି। ସନ୍ଥ ସମାଜ ମୁଖ୍ୟ ମହନ୍ତ କହ୍ନେୟା ଦାସ କହିଛନ୍ତି ଯେ ବାଲାସାହେବଙ୍କ ସମୟରେ ଶିବସେନା ଯାହା ଥିଲା ଏବେ ସେୟା ନାହିଁ। ହନୁମାନଗଡ଼ି ମନ୍ଦିରର ପୂଜକ ମହନ୍ତ ରାଜୁ ଦାସ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ପାଲଗଡ଼ରେ ଦୁଇ ସାଧୁଙ୍କୁ ହତ୍ୟା କରାଯିବା ଘଟଣାରେ କାହିଁ ଉଦ୍ଧବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶ୍ବ ହିନ୍ଦୁ ପରିଷଦର ମୁଖପାତ୍ର ଶରଦ ଶର୍ମା କହିଛନ୍ତି ଯେ ଉଦ୍ଧବ କଙ୍ଗନା ହେଉଛନ୍ତି ଜଣେ ଜାତୀୟତାବାଦୀ। ସେ ଚୋରା ମାଦକଦ୍ରବ୍ୟ କାରବାରକାରୀଙ୍କ ବିରୋଧରେ ମୁହଁ ଖୋଲିବାରୁ ତାଙ୍କ ବିରୋଧରେ ଉଦ୍ଧବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯଦି କେବେ ସେ ଅଯୋଧ୍ୟା ଆସିବାକୁ ଚାହାନ୍ତି; ତେବେ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ବିରୋଧ କରାଯିବ।

ଅପରପକ୍ଷରେ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଗରମାଗରମ ନାଟକ ଜାରି ରହିଛି। କଙ୍ଗନା ଏହାକୁ ‘କଙ୍ଗନା ବନାମ ଉଦ୍ଧବ ଲଢ଼େଇ’ ବୋଲି ନିଜ ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି। କଙ୍ଗନା ବାଧ୍ୟତାମୂଳକ ସଙ୍ଗରୋଧ ନିୟମ ନ ମାନି ଆସନ୍ତା ୧୪ରେ ମୁମ୍ବଇ ଛାଡ଼ୁଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ବାବଦରେ ସେ କର୍ତ୍ତୃପକ୍ଷଙ୍କ ଅନୁମତି ମାଗିଛନ୍ତି। ସେ ୭ଦିନିଆ ମୁମ୍ବଇ ଗସ୍ତ କାର୍ଯ୍ୟକ୍ରମ ରଖିଥିଲେ ବୋଲି ସପ୍ରମାଣ ଜଣାଇଛନ୍ତି।

- Advertisement -

କଙ୍ଗନା ଗତ ୯ରେ ମୁମ୍ବଇରେ ପହଞ୍ଚିଲାବେଳେ କରୋନା ନିୟମ ମାନି ନ ଥିଲେ। ବିମାନରେ ଆସିବାବେଳେ ମଧ୍ୟ ଏହାର ଉଲ୍ଲଙ୍ଘନ କରିଥିଲେ। ଏ ନେଇ ତାଙ୍କ ବିରୋଧରେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏ ନେଇ କଙ୍ଗନା ଆସିଥିବା ଇଣ୍ଡିଗୋ ବିମାନର ପରିଚାଳନା କର୍ତ୍ତୃପକ୍ଷ ଡିଜିସିଏ ନିକଟରେ ଜବାବ ଦାଖଲ କରିଛନ୍ତି। ବିମାନରେ କଙ୍ଗନାଙ୍କ ପାଇଁ ସାମ୍ବାଦିକଙ୍କ ଗହଳି ଲାଗିଥିଲା ଓ ଫଟୋ ଉଠାଇବାକୁ ଭିଡ଼ ଜମିଥିଲା। ବିମାନ ପରିଚାଳକଙ୍କ ତାଗିଦାକୁ କେହି ମାନି ନ ଥିଲେ। ଏ ନେଇ ଡିଜିସିଏ ଇଣ୍ଡିଗୋଠାରୁ ଜବାବ ଲୋଡ଼ିଥିଲା। କଙ୍ଗନାଙ୍କ ନିଶା କାରବାରର ତଦନ୍ତ ପାଇଁ ରାଜ୍ୟ ପୁଲିସକୁ ଶୁକ୍ରବାର ବିଧିବଦ୍ଧ ନିର୍ଦେଶ ମିଳିଛି। ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ପ୍ରସଙ୍ଗ ଉଠାଇବା ସହ ତଦନ୍ତ ନିର୍ଦେଶ ଦେଇଥିଲେ।

କଙ୍ଗନା ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟତମ ପକ୍ଷ କଙ୍ଗନାଙ୍କ ପୂର୍ବତନ ପ୍ରେମିକ କହିଛନ୍ତି ଯେ ବଳିଉଡ୍‌ ପାର୍ଟିରେ ନିଶାସେବନ ସାଧାରଣ କଥା। କଙ୍ଗନା​‌ ସତ୍ୟ ପାଇଁ ସଂଗ୍ରାମ କରୁଥିବାରୁ ସେ ଗର୍ବିତ। ଗୁରୁବାର କଙ୍ଗନାଙ୍କୁ ଭେଟି ବିଜେପିରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଥୱାଲେ ପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ସହ କଙ୍ଗନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେ କଙ୍ଗନାଙ୍କ ସହିତ ସ୍ବର ମିଶାଇ କାର୍ଯ୍ୟାଳୟ ଭଙ୍ଗାଯିବାର କ୍ଷତିପୂରଣ ଦାବି କରିଛନ୍ତି। କ୍ଷତିପୂରଣ ପାଇଁ କର୍ଣ୍ଣି ସେନା ଭଳି କିଛି ସଙ୍ଗଠନ ମଧ୍ୟ ଦାବି କରିଛନ୍ତି। କର୍ଣ୍ଣିସେନା ମହିଳା ଶାଖା ମୁଖ୍ୟ ସ୍ବେତା ରାଜ ସିଂହ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ମହିଳାଙ୍କୁ ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ କରିଛନ୍ତି। ହିମାଚଳ ପ୍ରଦେଶ ମହିଳା କମିସନ କଙ୍ଗନାଙ୍କ ଘର ଭଙ୍ଗାଯିବା ନେଇ ମୁମ୍ବଇ ମହାନଗର ନିଗମ, ପୁଲିସ ଓ କିଛି ନେତାକୁ ନୋଟିସ ଜାରି କରିଛନ୍ତି।

କଙ୍ଗନାଙ୍କ ଘର ଭଙ୍ଗଗଲା; କିନ୍ତୁ କାହିଁକି ଦାଉଦ ଇବ୍ରାହିମର ଘର ଭଙ୍ଗଯାଉ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ବରିଷ୍ଠ ମନ୍ତ୍ରୀ ଛଗନ ଭୁଜବଳ କହିଛନ୍ତି ଯେ ସରକାର ହ୍ରିତିକ ରୋଶନଙ୍କଠାରୁ କିଛି ଶିଖିବା ଦରକାର। କଙ୍ଗନା ରୋଶନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ; କିନ୍ତୁ ସେ ନିରବ ରହିବାରୁ କଙ୍ଗନା ବାଧ୍ୟହୋଇ ଚୁପ୍‌ ହୋଇଯାଇଥିଲେ। ସେହିପରି ବିଜେପି ସରକାର କାହିଁକି ଦାଉଦ ଘର ଭାଙ୍ଗି ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପୱାର କହିଛନ୍ତି ଯେ କଙ୍ଗନା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ନାହିଁ; ବରଂ ଏହା କଙ୍ଗନା ଓ ମୁମ୍ବଇ ମହାନଗର ନିଗମ ମଧ୍ୟରେ; ତେଣୁ ସରକାରକୁ ବିବାଦ ମଧ୍ୟକୁ ଟଣା ନ ଯାଉ। ବେଆଇନ ଭାବେ ନିର୍ମିତ ଘର ଉଚ୍ଛେଦ ପାଇଁ ମଡେଲ ମନୀଷ ମାଲହୋତ୍ରାଙ୍କୁ ମହାନଗର ନିଗମ ପକ୍ଷରୁ ୭ ଦିନିଆ ନୋଟିସ ଦିଆଯାଇଥିବାବେଳେ କଙ୍ଗାନାଙ୍କୁ ମାତ୍ର ୨୪ଘଣ୍ଟା ନୋଟିସ ଦିଆଯିବା ନେଇ ବିବାଦ ସୃଷ୍ଟି ହୋଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories