www.samajalive.in
Sunday, December 7, 2025
13.1 C
Bhubaneswar

ସେଲିବ୍ରିଟିଙ୍କ ଚିଠି ଯୁଦ୍ଧ: ୪୯ ଜଣଙ୍କ ବିରୋଧରେ ଓହ୍ଲାଇଲେ ୬୧

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ଘଟୁଥିବା ଭିଡ ହିଂସାକୁ ନେଇ ନିକଟରେ ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତି (ସେଲିବ୍ରିଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ୬୧ ଜଣ ପ୍ରତିଷ୍ଠିତ ବ୍ୟକ୍ତି (ସେଲିବ୍ରିଟି) ଏହି ଚିଠି ବିରୋଧରେ ଏକ ଖୋଲା ପତ୍ର ଲେଖିଛନ୍ତି।

ଖୋଲାପତ୍ର ପତ୍ରକୁ ଲେଖିଥିବା ସେଲିବ୍ରିଟିଙ୍କ ମଧ୍ୟରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ, ଗୀତିକାର ପ୍ରସୁନ ଯୋଶୀ, ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ତଥା ସାଂସଦ ସୋନଲ ମାନସିଂହ, ବାଦକ ପଣ୍ଡିତ ବିଶ୍ୱ ମୋହନ ଭଟ୍ଟ, ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର ଏବଂ ବିବେକ ଅଗ୍ନିହୋତ୍ରୀ ପ୍ରମୁଖ ଅଛନ୍ତି। ଖୋଲା ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ୪୯ ସେଲିବ୍ରିଟିଙ୍କୁ ସମାଲୋଚନା କରାଯାଇଛି। ଏହି ପତ୍ରରେ ୪୯ ସେଲିବ୍ରିଟଙ୍କୁ ‘ସ୍ୱୟମ୍ଭୁ ଅଭିଭାବକ ବା ରକ୍ଷକ’ ବୋଲି ସମ୍ବୋଧନ କରାଯାଇଛି। ୪୯ ସେଲିବ୍ରିଟିଙ୍କ ପତ୍ର ଲେଖିବା ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରାଯିବା ସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି। ଏଥିରେ ପ୍ରଶ୍ନ କରାଯାଇଛି ଯେ ଆଦିବାସୀ ଏବଂ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରୁଥିବାବେଳେ ଏହି ସେଲିବ୍ରିଟମାନେ କାହିଁକି ଚୁପ ରହୁଛନ୍ତି। କାଶ୍ମୀରରେ ବିଚ୍ଛିନ୍ନତାବାଦୀମାନେ ସ୍କୁଲ ବନ୍ଦ କରିବା ସମୟରେ ଏହି ଲୋକମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ୪୯ ସେଲିବ୍ରିଟଙ୍କୁ ଖୋଲା ପତ୍ରରେ କଡ଼ା ସମାଲୋଚନା କରାଯାଇଛି। ୪୯ ସେଲିବ୍ରିଟଙ୍କ ପତ୍ରରେ ଅପମାନଜନକ ଏବଂ ମିଥ୍ୟା ଅଭିଯୋଗ ଲଗାଯାଇଛି ବୋଲି ଖୋଲା ପତ୍ରରେ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories