www.samajalive.in
Sunday, December 7, 2025
14.1 C
Bhubaneswar

କୋଭିଡ୍‍-୧୯: କନ୍ଧମାଳ ଜିଲାରେ ସବୁ ରିପୋର୍ଟ ନେଗେଟିଭ୍‍

ଫୁଲବାଣୀ : କନ୍ଧମାଳ ଜିଲାରେ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। କନ୍ଧମାଳ ଜିଲା ଗ୍ରୀନ୍‍ ଜୋନ୍‍ରେ ଆସୁଥିବାବେଳେ ଲକ୍‍ଡାଉନ୍‍ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଗୁରୁବାର ସୁଦ୍ଧା କନ୍ଧମାଳ ଜିଲାରେ ୫୨୧ଟି କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୩୦୫ଟି ରିପୋର୍ଟ ହସ୍ତଗତ ହୋଇଛି ଏବଂ ସମସ୍ତ ୩୦୫ଟି ରିପୋର୍ଟ ନେଗେଟିଭ୍‍ ଆସିଛି। ଆଜି ପର୍ୟ୍ୟନ୍ତ ଜିଲାରେ କରୋନା ପଜିଟିଭ୍‍ ଦେଖାଦେଇନାହିଁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କନ୍ଧମାଳ ଜିଲାକୁ ଦେଶ ବାହାରୁ ଆସିଥିବା ଲୋକ ସଂଖ୍ୟା ୧୨ ରହିଥିବାବେଳେ ସେମାନଙ୍କ ହୋମ୍‍ କ୍ୱାରେଣ୍ଟାଇନ୍‍ ଅବଧି ଶେଷ ହୋଇଛି। ସେହିପରି ଜିଲାକୁ ଦେଶ ଭିତରୁ ଆସିଥିବା ଲୋକ ସଂଖ୍ୟ ୭,୩୦୬ଜଣ ରହିଥିବାବେଳେ ସେଥିମଧ୍ୟରୁ ୬,୩୬୨ଜଣଙ୍କ ହୋମ୍‍ କ୍ୱାରେଣ୍ଟାଇନ୍‍ ଅବଧି ଶେଷ ହୋଇଛି ଏବଂ ଏବେ ସୁଦ୍ଧା୯୪୪ଜଣ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହିଛନ୍ତି।
କନ୍ଧମାଳ ଜିଲାରେ ୮୫ଜଣ ଲୋକ ଲକ୍‍ଡାଉନ୍‍ ନିୟମ ଉଲଙ୍ଘନ କରିଛନ୍ତି। ଲକ୍‍ଡାଉନ୍‍ ସମୟରେ ୨୫ଜଣଙ୍କ ନମାରେ ମାମଲା ରୁଜୁ ହୋଇଥିବାବେଳେ ୧୬୭ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଆଜି ସୁଦ୍ଧା ୧୦୦ଟି ଗାଡ଼ି ଜବତ ହୋଇଛି ଏବଂ ଏ ବାବଦରେ ୫୧,୭୪୫ଟଙ୍କା ଆଦାୟ ହୋଇଛି। ଏହି ଜିଲାରେ ମାସ୍କ ବ୍ୟବହାର କରି ନଥିବା ୨,୯୮୨ଜଣଙ୍କ ଠାରୁ ୫,୮୦,୬୧୫ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories