www.samajalive.in
Saturday, December 6, 2025
15.1 C
Bhubaneswar

ପାଣି ପାଇଁ ରାସ୍ତାରୋକ, ଗାଡି ଚଳାଚଳ ଠପ୍

କନ୍ଧମାଳ: ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା । ରାସ୍ତାରେ ଗରା, ବାଲଟି ରଖି ରାସ୍ତାରୋକ କରିଛନ୍ତି କନ୍ଧମାଳ ଜିଲ୍ଲା ମୁଳଗୁଦାରୀ ଗାଁର ମହିଳାମାନେ। ଫୁଲବାଣୀ ଖଜୁରୀପଦା ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଦୀର୍ଘ ବର୍ଷ ହେଲାଣି ଗ୍ରାମବାସୀମାନେ ପାନୀୟ ଜଳ ସଂଗ୍ରହ କରିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଜାଗାରୁ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ବେ କେହି ଶୁଣୁନଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଫୁଲବାଣୀ ଉପଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଛି। ଏବଂ ଯାନବାହନ ଚଳାଚଳ ସ୍ଵଭାବିକ ହୋଇଛି। ବର୍ତ୍ତମାନ ଗାଁ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories