www.samajalive.in
Friday, December 12, 2025
14.1 C
Bhubaneswar

ଉନ୍ନତ ମାନର ଶାଗ ଓ ପରିବା ଅମଳ ପାଇଁ ଗ୍ରାମବାସୀଙ୍କୁ ବ୍ଲକ ପ୍ରଶାସନର ପରାମର୍ଶ

କ ନୂଆଗାଁ:କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ପ୍ରଶାସନ ପକ୍ଷରୁ କୁଡୁତୁଳି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ଶିକ୍ଷା ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ସମ୍ପକିର୍ତ ଏକ ସଚେତନତା ବୈଠକ ‘ପରିବର୍ତ୍ତନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ପଢ଼ା ବନ୍ଦ କରି ଥିବା ଛାତ୍ର ଛାତ୍ରୀ ମାନେ କିଭଳି ପୁଣି ଥରେ ଉଚ୍ଚ ଶିକ୍ଷା ଅଧ୍ୟୟନ କରି ପାରିବ ସେ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଥିଲା ଏବଂ ଗ୍ରାମରେ ରହୁଥିବା ଲୋକେ ନିଜ ବାରିରେ କିଚେନ ଗାର୍ଡନେ ନିର୍ମାଣ କରି ଉନ୍ନତ ମାନର ଶାଗ ଓ ପରିବା ଅମଳ କରିବା ନିମନ୍ତେ ଗ୍ରାମବାସୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଅଙ୍ଗନୱାଡି କେନ୍ଦ୍ର ରେ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ଗ୍ରାମରେ ଥିବା ଶିଶୁ ଓ ପ୍ରସୂତି ମହିଳାମାନେ ଖାଇବା ନିମନ୍ତେ ପରାମର୍ଶ ଦିଆଯାଇଥିଲା।ଏହା ସହ ଗ୍ରାମରେ ଥିବା ସମେସ୍ତ କିଭଳି ମୌଳିକ ଅଧିକାର ବିଦ୍ୟୁତ, ରସନ୍, ବାର୍ଧକ୍ୟ ଭତ୍ତା, ପାଇବ ସେନେଇ ଆଲୋଚନା କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବିଡିଓ ଶରତ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ପ୍ରମୁଖ ଯୋଗ ଦେଇ ଗ୍ରାମବାସୀଙ୍କୁ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ଏହି କାର୍ୟ୍ୟକ୍ରମକୁ କୁଡୁତୁଳି ସରପଞ୍ଚ ଚନ୍ଦ୍ର ମଲ୍ଲିକ ପରିଚାଳନା କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories