www.samajalive.in
Monday, December 15, 2025
15.1 C
Bhubaneswar

କମଲଜିତ୍‌ ସିଂହ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର କମଲଜିତ୍‌ ସିଂହଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌। ନୂତନ ତଥା ପ୍ରଥମ କୁଳପତି ଭାବେ ପ୍ରଫେସର ସିଂହଙ୍କୁ ଶୁକ୍ରବାର ନିଯୁକ୍ତି ଦେଇଛନ୍ତି। ପ୍ରଫେସର ସିଂହ ବର୍ତ୍ତମାନ ହିମାଚଳ ପ୍ରଦେଶ ବେସରକାରୀ ଶିକ୍ଷାନୁଷ୍ଠାନ ନିୟାମକ ଆୟୋଗର ସଦସ୍ୟ ଭାବେ କାର୍ୟ୍ୟରତ। ପ୍ରଫେସର ସିଂହଙ୍କର ଶିକ୍ଷାଦନ କ୍ଷେତ୍ରରେ ୨୭ ବର୍ଷର ଅଭିଜ୍ଞତା ଥିବାବେଳେ ଦୁଇଟି ପୁସ୍ତକ ଲେଖିଛନ୍ତି। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୭ ଜଣ ପିଏଚ୍‌ଡି ସ୍କଲାର ଓ ଶହେ ଏଲ୍‌ଏଲ୍‌ଏମ୍‌ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି।

ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦ ଅନୁସାରେ ରାଜ୍ୟପାଳ ଏହି ନିଯୁକ୍ତି ଦେଇଛନ୍ତି। କାର୍ୟ୍ୟଭାର ଗ୍ରହଣ କରିବା ଦିନଠାରୁ ୪ ବର୍ଷ ପର୍ୟ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦେଶନାମା ପର୍ୟ୍ୟନ୍ତ ସେ କୁଳପତି ଭାବେ କାମ କରିବେ। ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବାକୁ ଘୋଷଣା କରିଥିଲେ। ବିଶ୍ବବିଦ୍ୟାଳୟ ଆସନ୍ତା ୨୮ ତାରିଖରୁ କାର୍ୟ୍ୟକ୍ଷମ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories