ପାରିବାରିକ କଳହରୁ ଆତ୍ମହତ୍ୟା; ଝୁଲିପଡ଼ିଲେ ସ୍ୱାମୀ
କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଜଣାଯାଇଛି l ଆତ୍ମହତ୍ୟା କରିଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବମ୍ପା ଗ୍ରାମର ମାନସ ରାଉତ। ସୂଚନା ମୁତାବକ ଉଭୟ ମାନସ ଓ ତାଙ୍କ ସ୍ତ୍ରୀ ଜିରିଡାମାଳି ଠାରେ ଏକ ଭଡାଘରେ ରହିଆସୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଝଗଡାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଭଡାଘରେ ସ୍ବାମୀ ମାନସ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସ୍ତ୍ରୀ ଜାଣିବା ପରେ ପଡୋଶୀଙ୍କ ସହାୟତାରେ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Comments are closed.