ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ସହାୟତା ପ୍ରଦାନ
କାମାକ୍ଷାନଗର: କାମାକ୍ଷାନଗର ସହର ନିକଟସ୍ଥ କାନପୁରା ଗ୍ରାମରେ ଗତ ୧୬ ତାରିଖରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ମୀନକେତନ ଦଳେଇଙ୍କ ପରିବାରକୁ ସହାୟତା ପ୍ରଦାନ କଲା ଓଡିଶା ମୋଟର ଚାଳକ ସଂଘ । ମୀନକେତନଙ୍କ ଏକାଦଶାହରେ ଓଡିଶା ମୋଟର ଚାଳକ ସଂଘର କର୍ମକର୍ତ୍ତା ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l କାନପୁରା ଗ୍ରାମର ମୀନକେତନ ଦଳେଇ ଟାଟା ମାଇନ୍ସରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ l ୧୬ ତାରିଖରେ ଏକ ସ୍କୁଟିରେ ଘରକୁ ଆସୁଥିବା ବେଳେ ଦୁର୍ବୃତ୍ତଙ୍କ ଦ୍ୱାରା ମୃତ୍ୟୁ ହୋଇଥିଲା l ତାଙ୍କ ଏକାଦଶାହ କାର୍ଯ୍ୟରେ ମୋଟର ଚାଳକ ସଂଘ ଢେଙ୍କାନାଳ ଶାଖାରେ ସଂଯୋଜକ ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ପହଞ୍ଚି ସ୍ବର୍ଗତ ଦଳେଇଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଥି ସହିତ ସଂଘ ପକ୍ଷରୁ ୨୭ ହଜାର ୫ ସହ ଟଙ୍କା ତାଙ୍କ ପରିବାରକୁ ପ୍ରଦାନ କରାଯାଇଛି l ଢେଙ୍କାନାଳ ଶାଖାର ସମ୍ପାଦକ କୈଳାସ ଚନ୍ଦ୍ର ରାଉଳ, କାମାକ୍ଷାନଗର ଶାଖା ସଭାପତି ରବିନାରାୟଣ ମିଶ୍ର, ସଂମ୍ପାଦକ ବନମାଳୀ ମାହୁନ୍ତଙ୍କ ସହିତ ସଦସ୍ୟ ଟଙ୍କଧର ଦେହୁରୀ, ଲକ୍ଷ୍ମଣ ବିଶ୍ୱାଳ, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ l
Comments are closed.