ହାନୀ ହେଉଛି ରାଜସ୍ୱ; ବାଲି ବୋହି ନେଉଛନ୍ତି ବାଲି ମାଫିଆ
କାମାକ୍ଷାନଗର: ସହରର ସନିକଟ ରମିଆଳ ନଦୀର ଆଳତୁମା ଠାରୁ ଭୁବନ ପର୍ଯ୍ୟନ୍ତ ବିଭିନ୍ନ ଘାଟରୁ ରାତି ତମାମ ବାଲି ଚୋରା ଚାଲାଣ ହେଉଛି l ଫଳରେ ବ୍ୟାପକ ରାଜସ୍ବ ହାନୀ ହେଉଥିବା ଜଣାଯାଇଛି l ରମିଆଳ ନଦୀର ଆଳତୁମା ଠାରୁ ରେକୁଳା, ବାଲିଗୋରଡ଼, ମଠକରଗୋଳା, ଭୁବନ ଆଦି ସ୍ଥାନରୁ ବାଲି ଚୋରା ଚାଲାଣ ହେଉଛି l ପ୍ରଶାସନ ପକ୍ଷରୁ ଦିନରେ ଚଢ଼ାଉ ହେଉଥିବାରୁ ବାଲି ମାଫିଆ ମାନେ ରାତି ତମାମ ବାଲି ଚଲାଣ କରୁଛନ୍ତି l ଫଳରେ ବ୍ୟାପକ ରାଜସ୍ବ ହାନୀ ହେଉଥିବା ଜଣାଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରାଗଲେ ବ୍ୟାପକ ରାଜସ୍ବ ବୃଦ୍ଧିରେ ସହାୟକ ହୋଇ ପାରିବ ବୋଲି ସାଧାରଣରେ ଦାବି ହେଉଛି l
Comments are closed.