www.samajalive.in
Wednesday, December 10, 2025
16.1 C
Bhubaneswar

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ୩ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ବହୁ ଚର୍ଚ୍ଚିତ ଆଇନଜୀବୀ ଶସଧର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମୋଟ୍‌ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ।

ସୂଚନା ଅନୁସାରେ, କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଲିଗୋରଡ଼ ନିକଟରେ ଥିବା ଏକ ଢାବାରେ ଗତ ମାସ ୨୮ ତାରିଖରେ ଆଇନଜୀବୀ ଶସଧର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫରେ ପୁଲିସ ପକ୍ଷରୁ ବିଳମ୍ବ ନେଇ ଆଇନଜୀବୀ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନ ପରେ ପୁଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ କରାଯାଇଥିଲା। ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଏଲ. ଦିବ୍ୟା. ଭିଙ୍କ ନିର୍ଦେଶକ୍ରମେ କାମାକ୍ଷାନଗର ପୁଲିସ ଢେଙ୍କାନାଳ ସାଇବର ଓ ଗୁଜୁରାଟର ସାଇବର ପୁଲିସ ସହାୟତାରେ ୧୭ ତାରିଖରେ ସହର ସନ୍ନିକଟ ଜିରିଡାମାଳୀ ଗ୍ରାମର ଗୁମାନି ଦାସଙ୍କ ପୁଅ ରଶ୍ମି ଓ ରାଇବୋଲ ଗ୍ରାମର ଚୈତନ୍ୟ ସାହୁଙ୍କ ପୁଅ ଶ୍ରୀକାନ୍ତ ସାହୁକୁ ଗିରଫ କରିଥିଲା। ଏଥିସହ ଗତ ୨୯ ତାରିଖରେ ସହରର ନୂଆ ଆଳତୁମା ବସ୍ତିର ରାଜୁ ପିଙ୍କ ପୁଅ ଅନିଲ ପିକୁ ଗିରଫ କରାଯାଇଥିବାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିରେ ଥାନା ଅଧିକାରୀ ଶରତ ମହାଳିକ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories