ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ପୁଣି ବର୍ଷା ବିତ୍ପାତ। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା କାରଣରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକାଂଶ ସ୍ଥାନରେ ରାସ୍ତାଘାଟ, କଲୋନୀ ଓ କାର୍ଯ୍ୟାଳୟ ମାନଙ୍କରେ ଜଳାର୍ଣ୍ଣବ ହୋଇଛି। ବେଲେନ୍ଦୁରର ଆଇଟି କ୍ଷେତ୍ର ସହିତ ସହରର ପୂର୍ବ, ଦକ୍ଷିଣ ଓ ମଧ୍ୟ ଭାଗର ଅନେକ ଅନେକ ମୁଖ୍ୟ ରାସ୍ତାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କର ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି। ଦୀପାବଳିକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ବର୍ଷା ପାଇଁ ପରିସ୍ଥିତି ଜଟିଳ ରହିଛି। କେତେକ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପ୍ରବେଶ କରିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳବାସୀ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସହରର ଉତ୍ତର ଅଞ୍ଚଳ ମାନଙ୍କରେ ରାଜମହଲ ଗୁଟ୍ଟାହଲ୍ଲୀରେ ୫୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ଆଗାମୀ ୩ ଦିନ ଯାଏଁ ୟୋଲା ୱାର୍ଣ୍ଣିଂ ଜାରି କରାଯାଇଛି। ଚଳିତ ବର୍ଷ ବେଙ୍ଗାଲୁରୁରେ ୧,୭୦୬ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ପୂର୍ବ ବର୍ଷାର ସମସ୍ତ ରେକର୍ଡ ଭାଙ୍ଗିଛି। ୨୦୧୭ରେ ଏଠାରେ ୧,୬୯୬ ମିମି ବର୍ଷା ରେକର୍ଡ କରାଯାଇଥିଲା।



