ଫୁଲବାଣୀ:ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଫିରିଙ୍ଗିଆ, ଫୁଲବାଣୀ ଓ ଖଜୁରିପଡା ବ୍ଳକର ସମସ୍ତ ପଞ୍ଚାୟତରେ ସରପଞ୍ଚମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନି ମଲ୍ଲିକଙ୍କ ଏହି ଶିବିରକୁ ଉଦଘାଟନ କରିଥିଲେ। କନ୍ଧମାଳର ବିକାଶ ପାଇଁ ସମସ୍ତଙ୍କ ସମନ୍ବୟରେ କାର୍ଯ୍ୟ କରିବାକୁ ଆହ୍ବାନ ଦେବା ସହ ଗରିବ ଦୂରିକରଣ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ୪୭ ଜଣ ସରପଞ୍ଚ ଯୋଗ ଦେଇଥିଲେ। ଏହି ଅବସରରେ ସରପଞ୍ଚମାନେ କନ୍ଧମାଳର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀଚିକିତ୍ସକ ରଞ୍ଜନ କୁମାର ସାହୁ, ମନୋରଞ୍ଜନ ସାହୁ, ମନୋଜ କୁମାର ପଟ୍ଟନାୟକ ଓ ନିରଞ୍ଜନ ବେହେରା , ବିଶ୍ୱରଞ୍ଜନ କର, ସସ୍ମିତା ବେହେରା, କୀର୍ତ୍ତି ରେଡ୍ଡୀ, ପ୍ରଭାତ ନାୟକ ଓ ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



