www.samajalive.in
Wednesday, December 10, 2025
16.1 C
Bhubaneswar

କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡା ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି I ଏହାସହ ଏକ କାରରେ ଭର୍ତ୍ତି ହୋଇଥିବା ପ୍ରାୟ ୫୪ କିଲୋ ଗଞ୍ଜେଇକୁ ମଧ୍ୟ ଜବତ କରିଛି ପୁଲିସ I ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଖଜୁରୀଟିକ୍ରା ଗାଁ ପ୍ରଶାନ୍ତ ସାହୁ ଓରଫ (ଆଦିତ୍ୟ) ବୋଲି ଜଣାପଡିଛି I ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ତାଙ୍କ ଟିମ ସହ ପାଟ୍ରୋଲିଂ କରୁଥିବା ସମୟରେ ଗୋଛାପଡା ଥାନା କଟ୍ରିଙ୍ଗିଆ ଗାଁ ନିକଟସ୍ଥ ମାଟିଘାଟି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାରଟିକୁ ଅଟକାଇ ଯାଞ୍ଚ କରିଥିଲେ I କାରଟିକୁ ଯାଞ୍ଚ କଲା ସମୟରେ ସେଥିରୁ ୫୪ କିଲୋ ଗଞ୍ଜେଇ ବାହାରି ଥିଲା I ଏହି ଘଟଣା ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା ରୁଜୁକରି ସମସ୍ତ ଗଞ୍ଜେଇ ଜବତ ସହ ଅଭିଯୁକ୍ତକ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି I

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories