www.samajalive.in
Monday, December 8, 2025
16.1 C
Bhubaneswar

ମଧ୍ୟପ୍ରଦେଶ: ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ ମୃତ, ୭ ଆହତ

ମୋରେନା: ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ବାଣ ଗୋଦାମରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦିନ ପ୍ରାୟ ୧୧ଟା ୩୦ ସମୟରେ ଘଟିଛି ଏହି ଦୁର୍ଘଟଣା। ବିସ୍ଫୋରଣ ଅତ୍ୟନ୍ତ ତୀବ୍ର ଥିଲା, ଯେଉଁଥିପାଇଁ ଗୋଦାମ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ଏହି କୋଠାରେ କିଛି ଭଡ଼ାଟିଆ ମଧ୍ୟ ରହୁଥିଲେ, ଯେଉଁମାନେ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି। ସୂଚନାନୁସାରେ, ବାନମୋର ନଗରର ଜୈତପୁର ରୋଡରେ ଏହି ବାଣ ଗୋଦାମ ଅବସ୍ଥିତ। ଗୋଦାମରେ ବିସ୍ଫୋରଣ ହେବାପରେ ଆତଙ୍କ ଖେଳିଯାଇଥିଲା। ସେହି କୋଠାରେ କିଛି ଭଡ଼ାଟିଆ ମଧ୍ୟ ରହୁଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମଗ୍ର କୋଠା ଭୁଶୁଡ଼ି ପଡ଼ିଛି।

- Advertisement -

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories