www.samajalive.in
Sunday, December 7, 2025
18.1 C
Bhubaneswar

ଖଣ୍ଡିଆ ବାବାଙ୍କ ବେଆଇନ୍ ଆଶ୍ରମକୁ ଭାଙ୍ଗିଲା ବନ ବିଭାଗ

କାମାକ୍ଷାନଗର: ଭାଙ୍ଗିଲା ଖଣ୍ଡିଆ ବାବାଙ୍କ ଆଶ୍ରମ । ବାବାଙ୍କ ବେଆଇନ ଆଶ୍ରମକୁ ଉଚ୍ଛେଦ କଲା ବନ ବିଭାଗ ।  ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅଧିନସ୍ଥ କଙ୍କିଳି ସୁନ୍ଦରାଖୋଲ ସରଂକ୍ଷିତ ଜଙ୍ଗଲରେ ଥିବା ବାବାଙ୍କ ଆଶ୍ରମକୁ ଆଜି ବନ ବିଭାଗ ଉଚ୍ଛେଦ କରିଛି । ପୂର୍ବରୁ ଖଣ୍ଡିଆ ବାବା ଓରଫ ଅନନ୍ତ ଚରଣ ଦାସଙ୍କ ନାମରେ ଅନେକ ଅଭିଯୋଗ ହୋଇଥିବା ବେଳେ ଗତକିଛି ଦିନ ହେବ ବାବାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ବାବା କଙ୍କିଳି ଗ୍ରାମ ନିକଟରେ ଥିବା ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରୁ ବଡ଼ ବଡ଼ ଶାଳଗଛ ସବୁ କାଟି ପ୍ରାୟ ଦୁଇ ବର୍ଷ ଧରି ନିଜର ଆଶ୍ରମ ସ୍ଥାପନ କରି କାୟା ବିସ୍ତାର କରିଥିଲେ l ଏନେଇ ବାରମ୍ବାର ଅଭିଯୋଗ ହୋଇଆସିଥିଲା । ପରେ ବାବାଙ୍କ ଗଛକଟା ଘଟଣା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିକଟରେ ପହଞ୍ଚି ଥିଲା l

- Advertisement -

ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ ମୁକ୍ତପଶି ଫରେଷ୍ଟର ଗତ ୨୦ ତାରିଖରେ ଖଣ୍ଡିଆ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ପରେ ରବିବାର ପଶ୍ଚିମାଞ୍ଚଳ ରେଞ୍ଜର ବନବିହାରୀ ସର୍ଦାରଙ୍କ ସହ ତାଙ୍କ ଟିମ୍‌ ବାବାଙ୍କ ଆଶ୍ରମ ନିକଟରେ ପହଞ୍ଚିବା​‌ ସହ ବେଆଇନ ଭାବେ ଜଙ୍ଗଲରେ ଥିବା ବାବାଙ୍କ ଆଶ୍ରମକୁ ଉଚ୍ଛେଦ କରିଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories