ଚୋରା ଚାଲାଣ ହେଉଛି କେନ୍ଦୁ କାଠ; ନୀରବଦ୍ରଷ୍ଟା ବିଭାଗ
କାମାକ୍ଷାନଗର: ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଳାଞ୍ଚଳରେ କେନ୍ଦୁକାଠ ବାହାରକୁ ଚୋରା ଚଲାଣ ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି l ପଶ୍ଚିମାଞ୍ଚଳ ରେଞ୍ଜର କନ୍ଧରା ବିଟ ଅଞ୍ଚଳରେ ଥିବା ଜଙ୍ଗଳରୁ କେନ୍ଦୁ ଗଛ କଟାଯାଇ ବାହାରକୁ ଚୋରାରେ ଚାଲାଣ ହେଉଛି l କେତେକ କାଠ ମାଫିଆ ବଡ଼ ବଡ କେନ୍ଦୁ ଗଛ କାଟି ବାହାରକୁ ଚାଲାଣ କରୁଥିବାର ଦେଖାଯାଉଛି l
ହେଲେ ଜଙ୍ଗଲରୁ କେନ୍ଦୁ କାଠ କଟାଯାଉଥିବାର ବିଭାଗ ପାଖରେ କୌଣସି ସୂଚନା ନଥିବାର ଜଣାଯାଇଛି l ଏ ଅଂଚଳରୁ ଦୈନିକ ଚୋରାରେ କେନ୍ଦୁ କାଠ କଟାଯାଇ ଟ୍ରକରେ ଚଲାଣ ହେଉଥିବାର ସେ ଅଂଚଳର ଲୋକମାନେ ଅଭିଯୋଗ କରୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନଥିବାରୁ ସଂପୃକ୍ତ ଗ୍ରାମବାସୀଙ୍କ ମାଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l
ଏ ସଂକ୍ରନ୍ତାରେ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ବନବିହାରୀ ସର୍ଦାରଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ସେ ଏ ବିଷୟରେ କିଛି ଜାଣି ନଥିବା ଏବଂ ଏ ସଂକ୍ରାନ୍ତରେ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି l ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଜଙ୍ଗଲରୁ କେନ୍ଦୁ ଗଛ ଲୋପ ପାଇଯିବ ବୋଲି ସଂପୃକ୍ତ ଗ୍ରାମବାସୀଙ୍କ ମାଧ୍ୟରେ ଆଲୋଚନା ହେଉଛି l
Comments are closed.