www.samajalive.in
Sunday, December 7, 2025
23.1 C
Bhubaneswar

ବିଭିନ୍ନ ଦାବି ନେଇ ସରକାରଙ୍କୁ ନିବେଦନ କଲେ ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ

କାମାକ୍ଷାନଗର: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ପୂର୍ବତନ ଡ଼ିଏଲସି ମେଜର ପ୍ରଭାତ କୁମାର ଦାଶ, ମଠକରଗୋଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ, ପ୍ରାଧ୍ୟାପକ ମଦନ ମୋହନ ବରାଳ ପ୍ରମୁଖ ଯୋଗ ଦେଇ ଅଧ୍ୟାପକମାନଙ୍କର ପେନସନ ଓ ଚାକିରୀ ସର୍ତ୍ତାବଳି ଦାବିକୁ ଯଥାର୍ଥ ବୋଲି କହିବା ସହ ସରକାର ଏହାକୁ ଖୁବ ଶୀଘ୍ର ମାନି ଦାବିଗୁଡିକ ପୂରଣ କରିବା ପାଇଁ ମତବ୍ୟକ୍ତ କରିଥିଲେ। ରାଜ୍ୟ ସଭାପତି ମାନସ ପୁରୋହିତ, ସାଧାରଣ ସମ୍ପାଦକ ସୁଶୀଲ ପ୍ରଧାନ, ସଂଗଠନ ସମ୍ପାଦକ ଜ୍ଞାନରଞ୍ଜନ ମିଶ୍ର, ନ୍ୟାୟିକ ସଂଯୋଜକ ବିକ୍ରମ କିଶୋର ପାତ୍ର, ଉପସଭାପତି ସଂଜିତ ଭୂୟାଁ, ସମ୍ପାଦକ ପ୍ରଣବ ଦାସ, କୋଷାଧ୍ୟକ୍ଷ ସତ୍ୟନାରାୟଣ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ନାୟକ, ଜୀବନ ନନ୍ଦ, ରବୀନ୍ଦ୍ର ପ୍ରଧାନ ଶିତିକଣ୍ଠ ରଥ, ମନ୍ମଥ ସାହୁ ପ୍ରମୁଖ ସମ୍ମିଳନୀରେ ଦୁଇ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଅବସରକାଳୀନ ପେନସନ ଓ ଚାକିରୀ ଜନିତ ସର୍ତ୍ତାବଳୀ ଭଳି ଦାବି ଉପସ୍ଥାପନ କରିଥିଲେ। ଏତଦ ବ୍ୟତୀତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ଦାବି ପୂରଣ ନକଲେ ଆଗାମୀ ଦିନରେ କଲେଜଗୁଡ଼ିକରେ ଶିକ୍ଷକ ଓ କର୍ମଚାରୀ ଶୂନ୍ୟ ହୋଇଯିବ ବୋଲି ସଂଘ ଚେତାବନୀ ଦେଇଛନ୍ତି । ତୁରନ୍ତ ରାଜ୍ୟ ସରକାର ହଜାର ହଜାର ଶିକ୍ଷକ ଓ କର୍ମଚାରୀମାନଙ୍କର ଦାବିକୁ ପୂରଣ କରିବା ପାଇଁ ସେମାନେ ନିବେଦନ କରିଛନ୍ତି । ରାଜ୍ୟର ବିଭିର୍ନ୍ନ ପ୍ରାନ୍ତରୁ ଅଧ୍ୟାପକ, କର୍ମଚାରୀ ଏଥିରେ ଆଲୋଚନାରେ ଅଂଶ ଗ୍ରହଣ କରି ଦାବିଗୁଡିକ ପୂରଣ କରିବା ପାଇଁ ମତ ପ୍ରକାଶ କରିଥିଲେ। ପରିଶେଷରେ ଅଧ୍ୟାପକ ପ୍ରସନ୍ନ କୁମାର ନାୟକ ଧନ୍ୟବାଦ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories