www.samajalive.in
Sunday, December 7, 2025
13.1 C
Bhubaneswar

ପିଚୁ ଗାଡ଼ି-ହାଇୱା ଧକ୍କା: ୩ ମୃତ ୧ ଗୁରୁତର, ପ୍ରତିବାଦରେ ରାସ୍ତାରୋକ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ରେକୁଳା ଗ୍ରାମ ଛକଠାରେ ପୂର୍ତ୍ତବିଭାଗର ରାସ୍ତାରେ ପିଚୁ କାମ ଚାଲୁ ରହିଛି। ଏହି ରାସ୍ତା କାମରେ ନିୟୋଜିତ ଠିକା ସଂସ୍ଥାର ପିଚୁ ଗାଡି(ଫେଭର ମେସିନ)ରେ ଏକ ହାଇୱା ଗାଡି ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ଜଣେ ଡାକ୍ତରଖାନାରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି। ମୃତକଙ୍କ ମଧ୍ୟରେ କାମାକ୍ଷାନଗର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କ୍ଷୀରୋଦ ସାହୁ ରହିଛନ୍ତି। କ୍ଷୀରୋଦ ପିଚୁକାମରେ ପୂର୍ତ୍ତବିଭାଗ ତରଫରୁ ତଦାରଖ କରୁଥିଲେ। କ୍ଷୀରୋଦ ସାହୁଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ ନିଆଯାଇଥିଲା। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଅନ୍ୟ ଦୁଇଜଣ ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ଜଣେ ମୟୂରଭଞ୍ଜ ଓ ଅନ୍ୟଜଣେ ପାଲଲହଡା ଅଞ୍ଚଳର ବୋଲି ଜଣାପଡ଼ିଛି।

ରେକୁଳା ଗ୍ରାମରେ ପିଚୁ କାମରେ ନିୟୋଜିତ ଠିକାସଂସ୍ଥାର ଅବହେଳା ଯୋଗୁଁଁ ଅକାଳରେ ଜୀବନ ଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ବିଳମ୍ବିତ ରାତିରେ ବିନା ସୁରକ୍ଷାରେ ନିୟୋଜିତ ଠିକାସଂସ୍ଥା ପିଚୁ କାମ କରିବା ଯୋଗୁଁଁ ଦୁର୍ଘଟଣା ଘଟିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଫଳରେ କାମାକ୍ଷାନଗର-ଢେଙ୍କାନାଳ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା। ଘଟଣା ସ୍ଥଳରେ କାମାକ୍ଷାନଗର ଉପଜିଲାପାଳ ଦିନମଣି ନାୟକ, ନୂତନ ଥାନା ଅଧିକାରୀ ଆଶିଷ କୁମାର ଜେନାଙ୍କ ସହିତ ପୂର୍ତ୍ତ ବିଭାଗ ଯନ୍ତ୍ରୀ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ମୃତକ କ୍ଷୀରୋଦ ସାହୁଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହିତ ରେଡ଼କ୍ରସରୁ ୩୦ ହଜାର ଟଙ୍କା ଏବଂ ପରିବାର ମଧ୍ୟରୁ ଜଣଙ୍କୁ ବିଭାଗରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories