କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମର ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନାମୁଦ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ନିକଟସ୍ଥ ରାମିଆଳ ନଦୀରୁ କଳସି ଜଳ ଆଣି ଯଜ୍ଞ ଉତ୍ସବ ସ୍ଥଳରେ ସ୍ଥାପନ କରାଯାଇ ଯଥାବିଧି ପୂଜାର୍ଚନା ଆରମ୍ଭ କରାଯାଇଥିଲା। ପଣ୍ଡିତ ସିଦ୍ଧେଶ୍ୱର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ହୋମ ଯଜ୍ଞ ମାଧ୍ୟମରେ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଇସିଙ୍ଗା ତଥା ଆଖପାଖ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ସଙ୍କୀର୍ତ୍ତନ ଦ୍ଵାରା ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କର୍ତ୍ତା ଭାବେ ନିବାରଣ ସାହୁ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ କରିଥିଲେ। ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ତଥା ଉପ ସଚିବ ରଞ୍ଜନ କୁମାର ଦାସଙ୍କ ମାର୍ଗ ଦର୍ଶନରେ ଜଗନ୍ନାଥ ପରିଚାଳନା କମିଟିର ସଦସ୍ୟ ତପନ କୁମାର ଦାସ, ସନ୍ତୋଷ ସାହୁ, କବିର ପରିଡ଼ା ,ପ୍ରଦେଶ ସାହୁ , ନିର୍ମଳ ସାହୁ , ବସନ୍ତ ବିଶ୍ଵାଳ, ବିଭୂତି ବିଶ୍ଵାଳ, ଶ୍ରୀଧର ସାହୁ, ମାୟାଧର ବେହେରା, ତରଣି ସେନ ବାରିକ, ପ୍ରାଣବନ୍ଧୁ ମହାରଣା, ବ୍ରହ୍ମାନନ୍ଦ ଦେହୁରୀ, କାର୍ତ୍ତିକ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୂର୍ଣ୍ଣାହୁତି ଶେଷରେ ସାମୁହିକ ପ୍ରସାଦ ସେବନ ସମ୍ପନ୍ନ ହୋଇଥିଲା।
Popular Categories



