www.samajalive.in
Monday, December 15, 2025
27.1 C
Bhubaneswar

ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଶିକ୍ଷକ ସଂଘ ତରଫରୁ ସାହାଯ୍ୟ

କାମାକ୍ଷାନଗର: ଶିକ୍ଷକ ସଙ୍ଘ ପକ୍ଷରୁ କାମାକ୍ଷାନଗର ବ୍ଲକର ମୃତ ଶିକ୍ଷକ ଗୌତମ ପଧାନଙ୍କ ଏକମାତ୍ର ପୁତ୍ର ଦେବାନନ୍ଦ ପଧାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୮୦ ହଜାର ଟଙ୍କାର ଫିକ୍ସିଡ଼ ଡିପୋଜିଟ କରାଯାଇଛି। ମୃତ ଶିକ୍ଷକ ସୁନାଝରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଵା ବେଳେ ତାଙ୍କର ବୃକକ ଜନିତ ରୋଗରେ ମୃତ୍ୟୁ ହେଇ ଯାଇଥିଲା। ଦେବାନନ୍ଦଙ୍କ ମାତାଙ୍କର ଵି ପୂର୍ବରୁ ମୃତ୍ୟୁ ହେଇଯାଇଛି। ଦେବାନନ୍ଦ ଏବେ ବାଙ୍କୁଆଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଅଛି। ସେହିପରି କଟା ହରିଜ଼ନ ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରହ୍ଲାଦ ନାଏକ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାରୁ ତାଙ୍କୁ ସଂଘ ତରଫରୁ ୨୫ ହଜାର ଟଙ୍କା ନଗଦ ଆର୍ଥିକ ସାହାଯ୍ୟ କରାଯାଇଛି।

ଶିକ୍ଷକ ନେତା ଧନେଶ୍ୱର ସାହୁ, ବିଷ୍ଣୁ ପ୍ରସାଦ ଦାଶ, ଦୁର୍ଗା ପ୍ରସାଦ ତ୍ରିପାଠୀ, ଯୁଧିଷ୍ଠିର ବିଶ୍ୱାଳ, ବିଚିତ୍ରାନନ୍ଦ ଖଟୁଆ, ମନୋରଞ୍ଜନ ସାହୁଙ୍କ ନେତୃତ୍ୱ ଓ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ୍ୱର ବେହେରା, ଅମ୍ବିକା ସାହୁଙ୍କ ମାର୍ଗଦର୍ଶନରେ ଏହି ସହଯୋଗ ଯୋଗୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜେନା ସମସ୍ଥ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories