ପୂର୍ଣ୍ଣମୀରେ ପିଶାଚ ପାଲଟିଲା ସ୍ୱାମୀ; ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା
କଲ୍ୟାଣସିଂହପୁର: ପୂର୍ଣ୍ଣମୀରେ ପିଶାଚ ପାଲଟିଲା ସ୍ୱାମୀ । ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା । କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତରୁ ଏପରି ଏକ ଅଭିଯୋଗ ଆସିଛି । କତାଗୁଡା ହରିଜନ ସାହିର ସ୍ତ୍ରୀ ରାଧା କୌଶଲ୍ୟାକୁ ସ୍ୱାମୀ ନୀଳକଣ୍ଠ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି । ମୃତ ମହିଳାଙ୍କ ତିନୋଟି ସନ୍ତାନ ରହିଛି ।
Comments are closed.