www.samajalive.in
Sunday, December 7, 2025
26.1 C
Bhubaneswar

ଯକ୍ଷ୍ମା ରୋଗ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର : ସାରା ଭାରତ ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ ଭାରତ କରିବା ଉଦ୍ଦେଶ୍ୟରେ ଭାରତ ଓ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯକ୍ଷ୍ମା ରୋଗ ପ୍ରତିକାର କରିବା ପାଇଁ ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ମାର୍ଚ୍ଚ ୨୪ ଠାରୁ ଏପ୍ରେଲ୍ ୧୩ ପର୍ଯ୍ୟନ୍ତ ଏକୋଇଶି ଦିନ ଧରି ଯକ୍ଷ୍ମା ହାରିବ ଭାରତ ଜିତିବ କାର୍ଯ୍ୟକ୍ରମ ହେଉଥିବା ଅବସରରେ ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତର ଅନେକ ସ୍ଥାନରେ ଟିବି ବା  ଯକ୍ଷ୍ମା ରୋଗ ସମନ୍ଧରେ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏଥିରେ କଫ ପରୀକ୍ଷା, ସଚେତନତା ରାଲି ଗ୍ରାମ ପରିକ୍ରମା , ଶପଥ ପାଠ ଓ ପଥପ୍ରାନ୍ତ ନାଟକ ପରିବେଷଣ କରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଯକ୍ଷ୍ମା ହାରିବ ଦେଶ ଜିତିବ ଏହି ସ୍ଲୋଗାନ ଦେଇ ବୁଡ଼ାଗୁଡ଼ା ଗ୍ରାମର ବୁଡ଼ାଗୁଡ଼ା, ଅଲଣ୍ଡା, କଦଳୀଚୁଆଁ, ଗୁରୁତୁଲି ଏବଂ  ଅନେକ ସ୍ଥାନରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ମୀନା କୁମାରୀ ସାମଲଙ୍କ ନେତୃତ୍ୱରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଗ୍ରାମବାସୀଙ୍କ ଉପସ୍ଥିତରେ ରାଲି ହେବା ସହ ଲୋକଙ୍କୁ ସଚେତନ କରାଯାଇଛି । ଶନିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡ଼ା ଠାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟରେ ଯକ୍ଷ୍ମା ସମନ୍ଧୀୟ ପ୍ରତିଯୋଗିତା ହେବା ସହ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ମୀନା କୁମାରୀ ସାମଲ ଛାତ୍ରଛାତ୍ରୀ ମାନଙ୍କୁ ଏହି ରୋଗ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇ ଥିଲେ। ରବିବାର ଦିନ କଦଳୀଚୂଆଁ  ଗ୍ରାମରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଏକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା ଏଥିରେ ଆଶା ଦିଦିଙ୍କ ମଧ୍ୟରେ ହେମ ଗାଣ୍ଟା, ଏନ୍ କ୍ରିଷ୍ଣା ବେଣୀ ସାଦେମଣି ହିଆଲ୍, ସାରାକା ବାଙ୍ଗାରି, ଆକାମା ହିକକା, ପଙ୍କଜିନି ଗୌଡ଼, ଏମ୍ ସାଇରେନ୍ଦ୍ରି  ଓ ଅଙ୍ଗନବାଡ଼ି କର୍ମୀ ବାସନ୍ତୀ କନ୍ଧପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜନ ସଚେତନ ପାଇଁ ହେଉଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବୀ ବେଶ୍ ପ୍ରଶଂସା କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories