କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ହାଟପଙ୍ଗା ସାହିର ହରିଶ୍ଚନ୍ଦ୍ର କୁଲେସିକାଙ୍କ ଘର ଲଗାଣ ବର୍ଷାରେ ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଛି। କିଛି ଦିନ ଧରି ଲଘୁଚାପ ଜନିତ ବର୍ଷାରେ ମୃତ ଜାଗିଲି କୁଲେସିକାଙ୍କ ପୁଅ ହରିଶ୍ଚନ୍ଦ୍ର କୁଲେସିକା ଖାଇସାରି ସ୍ତ୍ରୀ, ୪ ସନ୍ତାନ ସହ ଶୋଇଥିବା ବେଳେ ବର୍ଷାରେ ଭିଜିଥିବା କାନ୍ଥ ପଡି ଯାଇଥିଲା। ଏହାକୁ ଦେଖି ହରିଶ୍ଚନ୍ଦ୍ର ଉଠି ପିଲାମାନଙ୍କୁ ଓ ସ୍ତ୍ରୀକୁ ଧରି ପଡିଶା ଘରକୁ ଯାଇ ଆଶ୍ରୟ ନେଇଥିଲେ। ରାତ୍ର ତମାମ ବର୍ଷା ଲାଗି ରହିଥିବାରୁ ଘରେ ରଖିଥିବା ସମସ୍ତ ଖାଦ୍ୟ ସାମଗ୍ରୀ, ଖଦିପଟା ସହିତ ସବୁ ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ଉକ୍ତ ଖବର ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ଓ ରାଜସ୍ବ ନିରୀକ୍ଷକ ଗୌରୀ ଶଙ୍କର କଣ୍ଡାଗରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ଦେଖି ପଞ୍ଚାୟତ ପକ୍ଷରୁ ସରପଞ୍ଚ ୧୦ କିଲୋ ଚାଉଳ ଓ ରାଜସ୍ବ ନିରୀକ୍ଷକ ପଲିଥିନ ଯୋଗାଇ ଦେଇଛନ୍ତି। ଏହାର ତଥ୍ୟ ସଂଗ୍ରହ କରି ସରକାରଙ୍କୁ ପଠାଇ ସେଠାରୁ ଯାହା ସହାୟତା ଆସିବ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସାହିବାସିନ୍ଦା ଗୁହାରି କରିଛନ୍ତି ।
ଶକ୍ତିଶାଳୀ ରାଜଯୋଗ.. ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ; ବର୍ଷିବ ଧନ, କିଣିବେ ଘର,ଗାଡି..



